ଭୁବନେଶ୍ୱର – ଗତ ଲୋକସଭା ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିପୁଳ ମାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିବାରୁ ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ଶ୍ରୀ ଶାହ କହିଛନ୍ତି ଯେ, ଗତ ଲୋକସଭା ନିର୍ବାଚନରେ ବିଜେପିକୁ ରାଜ୍ୟରେ ୯୧ ଲକ୍ଷ ଭୋଟ୍ ମିଳିଛି । ଅନ୍ୟପକ୍ଷରେ ବିଜୁ ଜନତା ଦଳକୁ ୧କୋଟି ୧ଲକ୍ଷ ଭୋଟ୍ ମିଳିଛି । ତେଣୁ ରାଜ୍ୟରେ ବିଜେପିକୁ ଗୋଟିଏ ବଡ଼ ଲମ୍ଫ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଦେଶରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ୩୦୩ଟି ଆସନ ମିଳିଥିବାବେଳେ ଓଡ଼ିଶାର ଜନସାଧାରଣ ୮ଜଣ ସାଂସଦଙ୍କୁ ପଠାଇଛନ୍ତି । ସେହିପରି ବିଧାନସଭାରେ ରାଜ୍ୟବାସୀ କଂଗ୍ରେସକୁ ମୁଖ୍ୟ ବିରୋଧି ଦଳରୁ ହଟାଇ ଦେଇଛନ୍ତି । ରାଜ୍ୟବାସୀଙ୍କ ସମର୍ଥନ କାରଣରୁ ଆଜି ବିଜେପିର କାର୍ଯ୍ୟକର୍ତା ବିରୋଧୀ ଦଳର ନେତା ହୋଇପାରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ଜନାଦେଶ ମିଳିଛି । ନବୀନବାବୁ ମୋଦୀ ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କ ପାଇଁ ଦେଉଥିବା ଅର୍ଥକୁ ସଠିକ୍ ଭାବେ ତାଙ୍କ ନିକଟରେ ପହଂଚାନ୍ତୁ ବୋଲି ସେ ଅପିଲ କରିଛନ୍ତି ।
Related Stories
November 25, 2024