ବେଲଗୁଣ୍ଠI: ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ହାଇସ୍କୁଲ ପଡିଆ ଠାରେ ବେଲଗୁଣ୍ଠI ବ୍ଲକ୍ ସ୍ତରୀୟ ବିଶାଳ ସ୍ଵାସ୍ଥ୍ୟ ଶିବିର ଆସିକା ସଂସଦ ପ୍ରମିଳା ବିଷୟୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି l ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ୨୭,୨୮ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ବେଲଗୁଣ୍ଠI ବ୍ଲକ୍ ର ବିଭିନ୍ନ ଗ୍ରାମାଞ୍ଚଳ ରୁ ୧୪୪୯ ଜଣ ନିଜର ନାମ ପଞ୍ଜିକରଣ କରାଇବା ସହ ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ସହ ନିଜ ରୋଗର ଚିକିତ୍ସା କରାଇ ବିଭିନ୍ନ ନାମୀଦାମୀ କମ୍ପାନୀ ର ଔଷଧ ପାଇଛନ୍ତି l ଅସ୍ଥି ଶଲ୍ୟ ବିଭାଗରେ ସର୍ବାଧିକ ୧୬୩ ଜଣ ଚିକିତ୍ସିତ ହୋଇଥିବା ବେଳେ ମେଡୀସୀନ ବିଭାଗରେ ୧୫୦, ମ୍ୟାଲେରୀଆ ୧୩୫, ଚର୍ମ ରୋଗ ୧୩୫, ଆୟୁର୍ବେଦୀକ ୧୧୭, ମେଡୀସୀନ ମହିଳା ୧୦୯, ମେଡୀସୀନ ପୁରୁଷ ୬୫, ନାକ କାନ ଗଳା ୧୦୫, ଜେନେରାଲ୍ ୧୩୭, ନ୍ୟୂରୋଲୋଜୀ ୩୦, ଇଣ୍ଡୋ କ୍ରୋନୋଲୋଜୀ ୨୯, କାର୍ଡିଆକ ୩, ଶିଶୁ ରୋଗ ୪୨, ଫେମୀଲୀ ପ୍ଲାନୀଙ୍ଗ ୪୨, ଓଜି ୩୧, ଡେଣ୍ଟାଲ୍ ୫୪, ହୋମିଓପାଥୀକ ୭୨, ପାଥୋଲୋଜୀ ୫୭, ନିଦାନ-1 5, HIV/ AIDS ୨୯, ଟବାକୋ ୪ ଓ RBSK ବିଭାଗରେ ୫ ଜଣ ରୋଗୀ ଚିକିତ୍ସିତ ହୋଇଥିବା ଜଣା ପଡିଛି l ସକାଳ 10:30 ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଂଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ବେଲଗୁଣ୍ଠା ବିଡିଓ ତଥା ତହସିଲଦାର ସରୋଜ କୁମାର ବେହେରା ସମ୍ମାନିତ ଅତିଥିଭାବେ, ବେଲଗୁଣ୍ଠI ବ୍ଲକ୍ ମେଡିକାଲ୍ ଅଧିକାରୀ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ପୂର୍ବତନ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ , ଡି ପି ଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ସ୍ଵାସ୍ଥ୍ୟ ଶିବିରକୁ ସାଫଲ୍ୟ କରାଇବାରେ ସହଯୋଗ କରିଥିଲେ l ଅଜିର ଏହି ସ୍ଵାସ୍ଥ୍ୟ ଶିବିରରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଲେଖ ପ୍ରଧାନ, ମେଡୀସୀନ ଡାକ୍ତର ଶଙ୍କର୍ଷଣ ପାତ୍ର, ସ୍ତ୍ରୀ ଓ ପ୍ରସୂତି ଡାକ୍ତର ନିବେଦିତା ମହାପାତ୍ର ଓ ପି ଶ୍ରୀ ଲେଖା ପାଥୋଲୋଜୀଷ୍ଟ ରତ୍ନାକର ବେହେରା ଓ ଡାକ୍ତର ସରୋଜ ପ୍ରଧାନଙ୍କ ସମେତ ପ୍ରାୟ ୧୫ ରୁ ଊର୍ଦ୍ଧ୍ଵ ଅଭିଜ୍ଞ ଡାକ୍ତର ଯୋଗ ଦେଇଥିଲେ l ବେଲଗୁଣ୍ଠା ଓ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଗାଙ୍ଗପୁର ଓ ପାଇଲିପଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ସମେତ ସମସ୍ତ ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀ ଉପସ୍ଥିତ ରହି ଲୋକଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ l
ରିପୋର୍ଟ: ପ୍ରଫୁଲ୍ଲ ସାବତ।