ଗଞ୍ଜାମ- ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସିଗାଁ ନିକଟରେ ଟ୍ରକ୍ ଚାପାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ପତ୍ନୀ ଭାରତୀ ଚୈନୀ । ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଣ୍ଡା ଗାଁରେ ।
ଆଜି ସକାଳେ ଏହି ଦମ୍ପତି ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଲୁନାରେ ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ । ଏହି ସମୟରେ କୁଲାମ ଓ ଭେସି ଗାଁ ନିକଟରେ ସେମାନେ ରାସ୍ତା ପାର୍ ହେଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ପାତ୍ରପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।