ନୂଆଦିଲ୍ଲୀ – ଉତରପୂର୍ବ ଦିଲ୍ଲୀର ଗଙ୍ଗାବିହାର ଅଂଚଳରେ ଥିବା ଏକ ନର୍ଦ୍ଧମାରୁ ଗୁରୁବାର ଆଉ ଦୁଇଟି ଶବ ମିଳିଛି । ନର୍ଦ୍ଧମାରୁ ଆହୁରି ଶବ ମିଳବା ସମ୍ଭାବନା ଥିବାରୁ ସମ୍ପୃକ୍ତ ଅଂଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ରବିବାର ଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ବର୍ତମାନ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ସେହିପରି ୨୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଗତକାଲି ଚାନ୍ଦବାଗ୍ ଅଂଚଳରେ ଥିବା ଏକ ନର୍ଦ୍ଧମାରୁ ଜଣେ ୨୬ ବର୍ଷୀୟ ଆଇବି କର୍ମଚାରୀଙ୍କ ଶବ ମିଳିଥିଲା ।
ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗତ ରବିବାରଠାରୁ ମଙ୍ଗଳବାର ଯାଏ ଦିଲ୍ଲୀର ମୌଜପୁର, ଜାଫରାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜାରୀ ରହିଥିଲା । ଏଥିରେ ପୋଲିସ୍ କର୍ମଚାରୀ , ସାଧାରଣ ନାଗରିକଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି ।