-
ପୂର୍ବତଟ ରେଳପଥ ଅଧୀନରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ –
-
ତିନି ଯୋଡ଼ା ସ୍ଥାନୀୟ ପାସେଞ୍ଜର ଟ୍ରେନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଏକ ଯୋଡ଼ା ଚାରିଦିନ ପାଇଁ ବାତିଲ ରହିବ –
-
ଦୁଇ ଯୋଡ଼ା ଟ୍ରେନ ତିନିଦିନ ପାଇଁ ଆଂଶିକ ବାତିଲ ରହିବ -.
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ଯୋଗୁଁ କେତେକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବାବେଳେ କେତେକ ଟ୍ରେନକୁ ନିମ୍ନ ଅନୁଯାୟୀ ଆଂଶିକ ବାତିଲ କରାଯାଇଅଛି I
ବାତିଲ ହେବାକୁଥିବା ଟ୍ରେନ :
i. 58303/58304 ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ ଫେବୃୟାରୀ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡ଼ ଠାରୁ ଫେବୃୟାରୀ ମାସ ୨୮ ତାରିଖ ଠାରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ I
ii. 58405/58406 କଟକ-ପାରାଦୀପ-କଟକ ପାସେଞ୍ଜର ଉଭୟ ପାର୍ଶ୍ୱରୁ ଫେବୃୟାରୀ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I
iii. 68437/68438 ଭଦ୍ରକ-କଟକ-ଭଦ୍ରକ ମେମୁ ଉଭୟ ପାର୍ଶ୍ୱରୁ ଫେବୃୟାରୀ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I
iv. 58529/58530 ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଉଭୟ ପାର୍ଶ୍ୱରୁ ଫେବୃୟାରୀ ମାସ ୨୮ ତାରିଖ ଠାରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I
ଆଂଶିକ ବାତିଲ ହେବାକୁଥିବା ଟ୍ରେନ :
i. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ସମ୍ବଲପୁର ଓ ରାୟଗଡା ଠାରୁ ଫେବୃୟାରୀ ମାସ ୨୯ ତାରିଖ ଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ I
ii. 58207/58208 ରାଇପୁର-ଜୁନାଗଡ଼ ରୋଡ଼-ରାଇପୁର ପାସେଞ୍ଜର ରାଇପୁର ଠାରୁ ଫେବୃୟାରୀ ମାସ ୨୯ ତାରିଖ ଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡ଼ ଠାରୁ ମାର୍ଚ୍ଚ ପହିଲା ଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ I