-
ବିଦ୍ୟାଳୟ ମୁଖ୍ୟ ଗିରଫ
ରାଉରକେଲା- ୬Âଶ୍ରେଣୀରେ ପାଠ ପଢୁଥିବା ନିଜ ସାନଭାଇର ସ୍କୁଲ ଫି ଦେଇ ନପାରି ବିଦ୍ୟଳୟର ମୁଖ୍ୟଙ୍କ ପାଖକୁ ଯାଇଥିବା ବଡ ଭଉଣୀକୁ ସେହି ବିଦ୍ୟାଳୟର ମୁଖ୍ୟ ତଥା ସେ ଅଂଚଳର ଜଣେ ଟାଣୁଆ ନେତା ବାରମ୍ବାର ଦୁଷ୍କର୍ମର କରିଥିବା ନେଇ ରାଉରକେଲା ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ବିଭୁତି ଗୁପ୍ତାକୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ।
ପୀଡିତାଙ୍କ ଅଭିଯୋଗ ଅନୁସାସାରେ ସେ ଅଂଚଳରେ ଥିବା ଜ୍ଞାନଦୋୟ ବିଦ୍ୟାଳୟରେ ତାଙ୍କ ଭାଇ ଷÂ ଶ୍ରେଣୀରେ ପଢେ । ଆର୍ଥିକ ଅନାଟନ ଯୋଗୁ ପରିବାର ଲୋକେ ଭାଇର ସ୍କୁଲ ଫି ଦେଇପାରୁନଥିଲେ ।ବାରମ୍ବାର ସ୍କୁଲରୁ ନୋଟିସ ଆସିବା ପରେ ସଂପୃକ୍ତ ଛାତ୍ରର ବଡ ଭଉଣୀ ବିଦ୍ୟାଳୟର ମୁଖ୍ୟ ବିଭୁତି ଗୁପ୍ତାଙ୍କୁ ଭେଟିବାକୁ ନଭେମ୍ବର ମାସ ଯାଇଥିଲେ , ସେଠାରେ ନିଜ ଦୁଃଖ ଜଣାଇବା ପରେ ବିଭୁତି କୁଆଡେ ଗତ ଡିସେମ୍ବର ୮ ତାରିଖରେ ପିଡିତାଙ୍କୁ ସ୍କୁଲକୁ ଡାକି ନିଜ ଚାମ୍ବର କୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଭାଇ ମାଗଣାରେ ପଢିବ ଓ ସେହି ସ୍କୁଲରେ ପିଡିତାଙ୍କୁ ଚାକିରୀ ମିଳିବ ବୋଲି କହି ଅଭିଯୁକ୍ତ ପୀଡିତାଙ୍କୁ ବାରମ୍ବାର ଶାରୀରିକ ଶୋଷଣ କରିଆସୁଥିଲା ବୋଲି ଅଭିଯୋଗ ହୋଇଛି । ଏହି କଥା କାହା ଆଗରେ କହିଲେ ତୋର ପରିବାରକୁ ମାରିଦେବି ବୋଲି ଅଭିଯୁକ୍ତ ଧମକ ଦେଇଥିବାରୁ କଥା ବାହାରକୁ ଆସିନଥିଲା ।ଅଭିଯୁକ୍ତ ଏକ ରାଜନୈତିକ ଦଳର ସେ ଅଂଚଳର ବଡ ନେତା ।
ନିର୍ଯାତନା ଚରମ ସୀମାରେ ପହଂଚିବା ପରେ ଗତକାଲି ପୀଡିତା ସେ ଅଂଚଳର ଜଣେ ନାରୀ ନେତ୍ରୀଙ୍କୁ ସବୁ ଜଣାଇବାପରେ ସେହି ତାଙ୍କ ସାଙ୍ଗରେ ସେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପରେ ପୁଲିସ ଅଭିଯୁକ୍ତ ବିଭୁତି କୁ ଗିରଫ କରି ଉଭୟଙ୍କୁ ଡାକ୍ତରୀ ମାଇନା କରାଇବା ସହ ପିଡିତାର ବିଚାରପତି ଙ୍କ ଆଗରେ ବୟାନ ରେକର୍ଡ ମଧ୍ୟ କରାଯାଇଥିବା ଜଣାପଡିଛି । ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନମିଳିବାରୁ ଅଭିଯୁକ୍ତ କୁ ଜେଲ ହାଜତ କୁ ଯିବାକୁ ପଡିଛି ।