-
ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡର ସମୀକ୍ଷା କଲେ
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡର ସମୀକ୍ଷା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ବିଷୟରେ ବିସ୍ତୃତ ସମୀକ୍ଷା କଲି । ପୁଲିସ ଏବଂ ଅନ୍ୟାନ୍ୟ ସଂସ୍ଥା ଶାନ୍ତି ଏବଂ ସ୍ୱାଭାବିକ ସ୍ଥିତି ବଜାୟ ରଖିବା ପାଇଁ କାର୍ଯ୍ୟରତ । ଶାନ୍ତି ଓ ସୌହାର୍ଦ୍ଦ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ । ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ମୁଁ ଦିଲ୍ଲୀର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି । ଖୁବ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିଆସିବା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।