ଭୁବନେଶ୍ୱର-ରାଜ୍ୟରେ ଥିବା ହାଇସ୍କୁଲ ଗୁଡିକରେ ୨୫୮୫ଟି ହାଇସ୍କୁଲରେ ହେଡମାଷ୍ଟର ପୋଷ୍ଟ ଖାଲି ରହିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।
ସଭ୍ୟ ସୁରେଶ କୁମାର ରାଉତରାୟଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଏକ କେସରେ ସ୍ଥଗିତାଦେଶ କାରଣରୁ ସିନିୟର ଏସଇଏସ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ପଦୋନ୍ନତି ମାଧ୍ୟମରେ ପୂରଣ କରା ଯାଇ ପାରୁ ନାହିଁ । କିନ୍ତୁ ଏଥି ମଧ୍ୟରୁ ଖାଲି ପଡିଥିବା ୯୦ଟି ଓଇଏସ -୨ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉଛି ବୋଲି ସେ କହିଛନ୍ତି ।