ଭୁବନେଶ୍ୱର- ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ମଣ୍ଡିରେ ପଡି ରହିଥିବା ଧାନ ଗଜା ହେବାକୁ ବସିଲାଣି । ସେ ଧାନ ଯେପରି କିଣାଯିବ ତାର ବ୍ୟବସ୍ଥା ହେଉ । ଟୋକେନ୍ ଥାଇ ମଧ୍ୟ ଧାନ କିଣାଯାଉନାହିଁ । ଦଲାଲି ବ୍ୟବସ୍ଥା ଏବେ ବି ରହିଛି । ଯେଉଁ ଯେଉଁ ମଣ୍ଡିରେ ଏବଂ ଘରେ ଧାନ ରହିଛି , ପଂଜୀକୃତ ଚାଷୀ ହୁଅନ୍ତୁ ବା ଅଣପଂଜୀକୃତ ଚାଷୀ ହୋଇଥାନ୍ତୁ ତାଙ୍କ ଠାରୁ ଧାନ କିଣାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଧାନ କିଣା ପ୍ରସଙ୍ଗରେ କହିଛନ୍ତି ।
ବଜେପି ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ଓ ଆଜି ହୋଇଥିବା ଧାନ ସମ୍ପର୍କିତ ବୈଠକର ନିଷ୍ପତି କଣ ହେଲା ତାହା ଗୃହକୁ ଜଣାଇବା ନିହାତି ଦରକାର ବୋଲି କହିଥିଲେ ।
ବିଷ୍ଣୁ ସେଠୀ କହିଥିଲେ ଯେ ଧାନ କିଣା ବିକା ନେଇ ଯେଉଁ ସମସ୍ୟା ଦେଖାଦେଇଛି ତାର ସ୍ଥାୟୀ ସମାଧାନ କରାଯାଉ । ଟୋକନ୍ ପଦ୍ଧତିକୁ ସରଳୀକରଣ କରାଯାଉ ନଚେତ୍ ଉଚ୍ଛେଦ କରାଯାଉ ।