ଭୁବନେଶ୍ୱର : ଆଜି ପ୍ରଥମ ଖଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅମୃତସର୍ର ଗୁରୁ ନାନକ ଦେବ୍ ୟୁନିଭର୍ସିଟି (ଜିଏନ୍ଡିୟୁ) ଓ ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି ମଧ୍ୟରେ ସମ୍ମାନ ପାଇଁ କଡା ପ୍ରତିଦ୍ୱନ୍ଦିତା ହୋଇଥିଲା । ୬ଟି ସ୍ୱର୍ଣ୍ଣ ପଦକ ସହ ଗୁରୁନାନକ ଦେବ ୟୁନିଭର୍ସିଟି ଶୀର୍ଷ ସ୍ଥାନରେ ଥିବାବେଳେ ପଞ୍ଜାବ ୟୁନିଭର୍ସିଟି ୧୬ଟି ପଦକ ଜିତି ସଫଳତା ପାଇଛି । ଜିଏନ୍ଡିୟୁର ଏପି ଓ ସାବ୍ରେ ବୟେଜ୍ ଫେନ୍ସିଙ୍ଗ୍ ଟିମ୍ ସମସ୍ତ ୬ଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ କୋଲ୍ହାପୁରର ଶିବାଜୀ ୟୁନିଭର୍ସିଟି ଉପରେ ବଡ ବିଜୟ ହାସଲ କରିଥିଲେ । ପଞ୍ଜାବ ୟୁନିଭର୍ସିଟିର ଅନୁରାଗ ଡଗର ୨ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୪ଙ୍ଘ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଟିମ୍ର ବିଜୟର ନେତୃତ୍ୱ ନେଇଥିବା ଅନନୁରାଗ ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ କ୍ରାଉନ୍ ହାତେଇଥିଲେ । ମିହିର ଆମ୍ବ୍ରେ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ଓ ଦାମିନି ଗୌଡ (ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍) ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଆଜି ତୀରନ୍ଦାଜିରେ ପ୍ରିୟଙ୍କା ଠାକ୍ରନ୍ (ମହର୍ଷି ଦୟାନନ୍ଦ ୟୁନିଭର୍ସିଟି, ରୋହତକ), ୱାର୍ଲ୍ଡ କ୍ୟାଡେଟ୍ ରକର୍ଭ ଚାମ୍ପିଅନ କୋମୋଲିକା ବାରି (କୋଲ୍ହାନ ୟୁନିଭର୍ସିଟି)ଙ୍କୁ ସେମିଫାଇନାଲରେ ପରାଜିତ କରିଥିଲେ । ସେହିପରି ଆୟୋଜକ କଳିଙ୍ଗ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡ୍ଟ୍ରିଆଲ୍ ଟେକ୍ନୋଲୋଜି ଖୁବ୍ ଖୁସି ହୋଇଥିଲା ଯେତେବେଳେ ଓଡିଶାର ରଞ୍ଜିତ ନାୟକ ମେନ୍ସ ରିକର୍ଭ ଫାଇନାଲରେ ପ୍ରବେଶ କରିଥିଲେ । ଆସନ୍ତା ବୁଧବାର ଆୟୋଜିତ ହେବାକୁ ଥିବା ଫାଇନାଲରେ ରଞ୍ଜିତ ପଟିଆଲାର ପଞ୍ଜାବୀ ୟୁନିଭର୍ସିଟିର ଉର୍ତ୍କଙ୍କୁ ଭେଟିବେ । ଉତ୍କର୍ଷ ସେମିଫାଇନାଲରେ ସାବିତ୍ରୀବାଇ ଫୁଲେ ପୁନେ ୟୁନଭର୍ସିଟିର ଗୌରବ ଲାମ୍ବେଙ୍କୁ ପରାଜିତ କରିଥିଲେ ।
ଫଳାଫଳ (ସମସ୍ତ ଫାଇନାଲ):
ବାସ୍କେଟବଲ
ପୁରୁଷ: ୟୁନିଭର୍ସିଟି ଅଫ୍ ମାଡ୍ରାସ ୧୦୪ (ଏମ୍ ଅରବିନ୍ଦ କୁମାର ୩୪, ଇ ଅନନ୍ତରାଜ ୧୪, କେ ଅଜିତ କୁମାର ୧୨, ଆର୍ଏସ୍ ସଞ୍ଜାଇ ୧୦, ଆର୍ ଆକାଶ ୧୦), ୟୁନିଭର୍ସିଟି ଅଫ୍ ମୁମ୍ବାଇ ୯୧ (ଆସ୍ଲେ ମଂଟେରିଓ ୨୬, କ୍ଷାନୁଇସ୍ କପୁର ୨୨, ଫାଉଜନ୍ ସୈଖ୍ ୧୪, ରିଶଭ କପୁର ୧୩)କୁ ପରାଜିତ କରିଛି ।
ଫେନ୍ସିଙ୍ଗ୍
ପୁରୁଷ ଏପି: ଉଦୟବୀର ସିଂହ (ଗୁରୁ ନାନକ ଦେବ ୟୁନିଭର୍ସିଟି), ଅଥୋକ୍ପମ ଲେନିନ୍ ମିତେଇ (ଲଭ୍ଲି ପ୍ରଫେସ୍ନାଲ ୟୁନିଭର୍ସିଟି)ଙ୍କୁ ପରାଜିତ କରିଥିଲେ । ବ୍ରୋଞ୍ଜ ମେଡାଲ: ପି ଶିବା ସୁବ୍ରମଣ୍ୟନ୍ (ପେରିୟାର ୟୁନିଭର୍ସିଟି) ଓ ତୁଷାର (ଡଃ ବିଆର୍ ଆମ୍ବେଦକର ମରାଠାୱାଡା ୟୁନିଭର୍ସିଟି) ।
ଟିମ୍: ଗୁରୁ ନାନକ ଦେବ୍ ୟୁନିଭର୍ସିଟି (ଶୁଭମ୍, ଉଦୟବୀର ସିଂହ ଓ ନେକ୍ପ୍ରିତ ସିଂହ), ଶିବାଜୀ ୟୁନିଭର୍ସିଟି (ତୁଷାର ରାଓସାହେବ ଆହିର, ଅନନିଲ ଦେବ୍କର ଓ ହେମନ୍ତ ସିନ୍ଦେ)ଙ୍କୁ ୪୫-୨୨ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ: ଲଭ୍ଲି ପ୍ରଫେସ୍ନାଲ ୟୁନିଭର୍ସିଟି, ଫାଗୱାରା ଓ ମଣିପୁର ୟୁନିଭର୍ସିଟି ।
ମେନ୍ସ ସାବର୍: ଆଦିତ୍ୟ (ଶିବାଜୀ ୟୁନିଭର୍ସିଟି), ମନ୍ଦୀପ (ପଞ୍ଜାବୀ ୟୁନିଭର୍ସିଟି)ଙ୍କୁ ପରାଜିତ କରିଛନ୍ତି । ବ୍ରୋଞ୍ଜ ମେଡାଲ: ସେହଜପ୍ରିତ ସିଂହ (ଗୁରୁ ନାନକ ଦେବ୍ ୟୁନିଭର୍ସିଟି) ଓ ଅଭିଜିତ ସନ୍ତୋଷ ଗୀତା (ମହାତ୍ମା ଗାନ୍ଧୀ ୟୁନିଭର୍ସିଟି) ।
ଟିମ୍: ଗୁରୁ ନାନକ ଦେବ ୟୁନିଭର୍ସିଟି, ଅମୃତସର (ପ୍ରିନ୍ସ, ସେହଜପ୍ରିତ ସିଂହ ଓ ଅମିତ ଚିବ୍), ଶିବାଜୀ ୟୁନିଭର୍ସିଟି (ପ୍ରତୀକ ଯାଦବ, ଧନଞ୍ଜୟ ଯାଦବ ଓ ଆଦିତ୍ୟ ଆଙ୍ଗଲ)ଙ୍କୁ ୪୫-୩୩ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ: ପଞ୍ଜାବ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍ ଜମ୍ମୁ ।
ଓମେନ୍ସ ଫଏଲ ଟିମ୍: ପଞ୍ଜାବ ୟୁନିଭର୍ସିଟି, ଚଣ୍ଡୀଗଡ (ସିମ୍ରନ୍, କୁସୁମ ଓ କାଜଲ), ସର୍ଦାର ପଟେଲ ୟୁନିଭର୍ସିଟି (ଶିବ୍ୟା ଜାଲା, କାଜଲ ଚୌଧୁରୀ ଓ ଖୁସି ସମେଜା)କୁ ୪୫-୪୧ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ: କନ୍ନୁର ୟୁନିଭର୍ସିଟି ଓ ଆର୍ଟିଏମ୍ ନାଗପୁର ୟୁନିଭର୍ସିଟି ।
ୱମେନ୍ସ ସାବର୍: ଜଗ୍ମିତ (ଗୁରୁ ନାନକ ଦେବ ୟୁନିଭର୍ସିଟି), ସାନ୍ୟା (ପଞ୍ଜାବ ୟୁନିଭର୍ସିଟି)ଙ୍କୁ ପରାଜିତ କରିଛନ୍ତି । ବ୍ରୋଞ୍ଜ ମେଡାଲ: ଆଲ୍କା (କନ୍ନୁର ୟୁନିଭର୍ସିଟି) ଓ ଅନିତା (ପଞ୍ଜାବୀ ୟୁନିଭର୍ସିଟି) ।
ଟିମ୍: ଗୁରୁ ନାନକ ଦେବ ୟୁନିଭର୍ସିଟି (ଜସ୍ମିନ କୌର, ଜଗ୍ମିତ ଗୌର ଓ ଏସ୍ ସୌମ୍ୟା), ପଞ୍ଜାବୀ ୟୁନିଭର୍ସିଟି, ପଟିଆଲା (ହର୍ପ୍ରିତ କୌର, ଅନିତା ଓ ହସନପ୍ରିତ କୌର)କୁ ୪୫-୩୮ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ: କନ୍ନୁର ୟୁନିଭର୍ସିଟି ଓ ପଞ୍ଜାବୀ ୟୁନିଭର୍ସିଟି ।
ସନ୍ତରଣ
ପୁରୁଷ
୧୫୦୦ମିଟର ଫ୍ରିଷ୍ଟାଇଲ: ୧. ସୌନକ ପ୍ରାସାଦେ (ମହାରାଷ୍ଟ୍ର ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ) ୧୭:୫୫.୧୬; ୨. ଅନ୍ମୋଲ ଜିନ୍ଦଲ (ପଞ୍ଜାବ ୟୁନିଭର୍ସିଟି) ୧୮:୧୬.୦୬; ୩. ଡି ପ୍ରକ୍ୟାଥ୍ (ବାଙ୍ଗାଲୋର ୟୁନିଭର୍ସିଟି) ୧୮:୨୫.୫୭ ।
୫୦ଏମ୍ ବଟର୍ଫ୍ଲାଏ: ୧. ମିହିର ଆମ୍ବ୍ରେ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୨୫.୧୪ ସେକେଣ୍ଡ, ୨. (ସମୀର ସେଜୱାଲ (ଦିଲ୍ଲୀ ୟୁନନିଭର୍ସିଟି) ୨୬.୧୧ ସେକେଣ୍ଡ ।
୨୦୦ଏମ୍ ବଟର୍ଫ୍ଲାଏ: ୧. ବିନାୟକ ପରିହର (ଦିଲ୍ଲୀ ୟୁନିଭର୍ସିଟି) ୨:୦୯.୮୮; ୨. ସୁବାଷ ମହେଶବାବୁ (ବିଶ୍ୱେଶ୍ୱରାୟ ଟେକ୍ନୋଲୋଜିକାଲ ୟୁନିଭର୍ସିଟି) ୨:୧୪.୮୨; ୩. ଭାର୍ଗବ ସେଲର (ବୀର ନର୍ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୨:୧୫.୦୬ ।
୫୦ଏମ୍ ବ୍ରେଷ୍ଟଷ୍ଟ୍ରୋକ୍: ୧. ଅଂଶ ଅରୋରା (ଦିଲ୍ଲୀ ୟୁନିଭର୍ସିଟି) ୨୯.୫୭ ସେକେଣ୍ଡ; ୨. ସ୍ୱେଜଲ ମଙ୍କର (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୨୯.୫୮ ସେକେଣ୍ଡ; ୩. ଋୁଦ୍ରାଂଶ ମିଶ୍ର (ୟୁନିଭର୍ସିଟି ଅଫ୍ ମୁମ୍ବାଇ) ୩୦.୨୦ ସେକେଣ୍ଡ ।
୨୦୦ଏମ୍ ବ୍ୟାକ୍ଷ୍ଟ୍ରୋକ୍: ୧. ଅନୁରାଗ ଡଗର (ପଞ୍ଜାବ ୟୁନିଭର୍ସିଟି) ୨:୦୮.୮୨; ୨. ଥିରୁମାରନ୍ ସେଥୁମାନିକାଭେଲ (ମନୋନ୍ମଣ୍ୟନ ସୁନ୍ଦରାନର୍ ୟୁନିଭର୍ସିଟି) ୨:୦୯.୯୮; ୩୩. ପ୍ରସାଦ କଣ୍ଡୁଲ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୨:୧୭.୪୦ ।
୪ ଙ୍ଘ୧୦୦ ଫ୍ରିଷ୍ଟାଇଲ ରିଲେ: ୧. ପଞ୍ଜାବ ୟୁନିଭର୍ସିଟି (ଅନୁରାଗ ଡଗର, ହର୍ନିରତ ଭିନ୍ଦର, ଦୀପାଂଶୁ ଦହିୟା ଓ ସିଦ୍ଧାନ୍ତ ସେଜ୍ୱଲ) ୩:୪୬.୧୪; ୨. ବୀର ନର୍ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି ୩:୫୩.୭୯; ୩. ଶିବାଜୀ ୟୁନିଭର୍ସିଟି ୩:୫୩.୮୩ ।
ଉହିଳା
୨୦୦ଏମ୍ ବ୍ୟାକ୍ଷ୍ଟ୍ରୋକ୍: ୧. ଦାମିନି ଗୌଡ (ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍) ୨:୩୬.୩୨; ୨. ନାରିତି ଏସ୍ ବ୍ୟାସ୍ (ମହାରାଜା ଗଙ୍ଗା ସିଂହ ୟୁନିଭର୍ସିଟି) ୨:୩୯.୬୦; ୩. ୟୁଗନ୍ଧରା ସିର୍କେ (ଶିବାଜୀ ୟୁନିଭର୍ସିଟି) ୨:୪୦.୯୪ ।
୫୦ଏମ୍ ବଟରଫ୍ଲାଏ: ୧. ଆର୍ଯ୍ୟ ରାଜଗୁରୁ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୨୯.୭୪ ସେକେଣ୍ଡ; ୨. ସାଧ୍ବି ଧୁରୀ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୩୩୦.୨୩ ସେକେଣ୍ଡ; ୩.ଡଲ୍ଫି ସାରଙ୍ଗ (ବୀର ନର୍ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୩୦.୯୧ ।
୫୦ଏମ୍ ବ୍ରେଷ୍ଟଷ୍ଟ୍ରୋକ୍: ୧. ଆରତୀ ପାଟିଲ (ୟୁନିଭର୍ସିଟି ଅଫ୍ ମୁମ୍ବାଇ) ୩୬.୨୮ ସେକେଣ୍ଡ; ୨. ରିଦ୍ଧି ବୋହରା (ଖ୍ରୀଷ୍ଟ ୟୁନିଭର୍ସିଟି) ୩୭.୧୧ ସେକେଣ୍ଡ; ୩. ଜ୍ୟୋତି ପାଟିଲ (ୟୁନିଭର୍ସିଟି ଅଫ୍ ମୁମ୍ବାଇ) ୩୭.୧୮ ସେକେଣ୍ଡ ।
୪୦୦ଏମ୍ ଇଣ୍ଡିଭିଜୁଆଲ ମେଡ୍ଲି: ୧. କଲ୍ୟାଣୀ ସକ୍ସେନା (ବୀର ନର୍ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୫:୨୪.୭୮; ୨. ରୁତୁଜା ତାଲେଗାଓକର (ଆର୍ଟିଏମ୍ ନାଗପୁର ୟୁନିଭର୍ସିଟି) ୫:୨୯.୯୨; ୩. ଫିର୍ଦୌସ କାୟମ୍ଖାନି (ଦିଲ୍ଲୀ ୟୁନିଭର୍ସିଟି) ୫:୩୧.୦୧ ।
ଭଲିବଲ
ପୁରୁଷ: କୁରୁକ୍ଷେତ୍ର ୟୁନିଭର୍ସିଟି, ଏସ୍ଆର୍ଏମ୍ ୟୁନିଭର୍ସିଟିକୁ ୩-୦ (୨୫-୨୧, ୨୫-୨୩, ୨୫-୧୮) ରେ ପରାଜିତ କରିଛି । ବ୍ରୋଞ୍ଜ ମେଡଳଶ ପେ’ଅଫ୍: ମାଙ୍ଗାଲୋର ୟୁନିଭର୍ସିଟି, ଲଭ୍ଲି ପ୍ରଫେସ୍ନାଲ ୟୁନିଭର୍ସିଟିକୁ ୩-୧ (୨୫-୨୨,୨୨-୨୫, ୨୯-୨୭, ୨୫-୧୯)ରେ ପରାଜିତ କରିଛି ।
ଉହିଳା: ୟୁନିଭର୍ସିଟି ଅଫ୍ ମହୀଶୂର, ପଞ୍ଜାବ ୟୁନିଭର୍ସିଟିକୁ ୩-୨ (୧୭-୨୫, ୨୫-୨୧, ୨୧-୧୫, ୨୫-୨୧, ୧୬-୧୪)ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ ପେ’ଅଫ୍: ହିମାଚଳ ପ୍ରଦେଶ ୟୁନିଭର୍ସିଟି, ଏସ୍ଆର୍ଏମ୍ ୟୁନିଭର୍ସିଟିକୁ ୩-୦ (୨୫-୨୨, ୨୫-୧୭, ୨୫-୧୭)ରେ ପରାଜିତ କରିଛି ।