
-
ନିର୍ଦ୍ଦେଶପାଇ ମାନ ଯାଞ୍ଚ ଆରମ୍ଭକଲା ନିୟନ୍ତ୍ରକ ବିଭାଜନ(କ୍ୱାଲିଟି କଣ୍ଟ୍ରୋଲ)
-
ତଦନ୍ତ ସତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିନ୍ତ
ବ୍ରହ୍ମପୁର(ବ୍ୟୁରୋ): ଗଜପତି ଓ ରାୟଗଡା ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଦେଇ ନିର୍ମାଣଧିନ ଥିବା ବ୍ରହ୍ମପୁର ଠାରୁ ରାୟଗଡା ରାସ୍ତାର କାର୍ଯ୍ୟ ଚାଲିଥିବା ବିଜୟୱାଡା-ରାଞ୍ôଚ କରିଡର ରାସ୍ତା ୬୭/୦ ଠାରୁ ୧୬୦/୧୦୦ରେ ରାସ୍ତା ଦୀର୍ଘ ୮ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଉକ୍ତ କରିଡର କାର୍ଯ୍ୟରେ ଗଜପତି ଓ ରାୟଗଡା ପୂର୍ତ୍ତ ବିଭାଗ ତଦାରଖ କରୁଛି । ୨ଜଣ ଉଚ୍ଚ ପଦସ୍ତ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ୨ଜଣ ସହକାରୀ ନିର୍ବାହୀଯନ୍ତ୍ରୀ, ୫ଜଣ ସହକାରୀଯନ୍ତ୍ରୀ ଏହି ରାସ୍ତା ନିର୍ମାଣର ତଦାରଖ ପାଇଁ ନିଯୁକ୍ତି ହୋଇଛନ୍ତି । ଏହି ଅଧିକାରୀମାନଙ୍କ ପିଛା ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଉକ୍ତ ରାସ୍ତାରେ ନିଯୁକ୍ତି ଥିବା ଯନ୍ତ୍ରୀଙ୍କୁ ବାଦ୍ଦେଇ ରାୟଗଡା ଡିଭିଜନ ଅନ୍ତର୍ଗତ ଗୁମୁଡା ଡିଭିଜନର ସହକାରୀଯନ୍ତ୍ରୀଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଡିଭିଜନ ଅଧିନ ୬୭/୦ କି.ମି ଠାରୁ ୧୦୯.୫୦୦କି.ମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ ଦାୟୀତ୍ୱ କେଉଁ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ଦାୟୀତ୍ୱ ଦିଆଯାଇଛି ଏବଂ ଆର୍.ଉଦୟଗିରି ଉପଖଣ୍ଡ ସହକାରୀ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟ ତୋରାନ୍ୱିତ କରିବା ନିମନ୍ତେ ଦାୟୀତ୍ୱ ଦିଆଯାଇଛି । ସେପଟେ ମୋହନା ପୂର୍ତ୍ତ ବିଭାଗ ଅଧିନରେ ଯନ୍ତ୍ରୀମାନେ ନିଯୁକ୍ତି ଥାଇ ଉଚ୍ଚ ଦରମା ନେଉଥିଲେ ମଧ୍ୟ କୌଣସି କାର୍ଯ୍ୟ ନକରି ବସିଥିବା ଅଭିଯୋଗ ଆସିଛି । ଅନ୍ୟ ଜିଲ୍ଲାର ଯନ୍ତ୍ରୀ ଆସି ଗଜପତି ଜିଲ୍ଲା ଅଧିନରେ ହେଉଥିବା କାର୍ଯ୍ୟର ତଦାରଖ କରିଥିବାରୁ ଦୁର୍ନୀତି ଚରମ ସୀମାରେ ପହଞ୍ôଚଥିବା ନେଇ ପୂର୍ତ୍ତ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ପହଞ୍ôଚଥିଲା । ଏହାକୁ ଯାଞ୍ଚକରି ସଚିବ ଗୁରୁତର ସହ ନେଇ ଏହାର ମାନ ଯାଞ୍ଚ କରିବା ପାଇଁ ବିଭାଗ ଚିଠି ନମ୍ବର ୩୦୬୯ ତା ୧୫.୨.୨୦୨୦ରିଖରେ ବ୍ରହ୍ମପୁର କ୍ୱାଲିଟି କଣ୍ଟ୍ରୋଲ ଡିଭିଜନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଫେବୃୟାରୀ ୨୧ତାରିଖ ସୁଦ୍ଧା ମାନ ଯାଞ୍ଚକରି ବିଭାଗକୁ ସଚିବଙ୍କ ନିକଟକୁ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମର୍ମରେ ଗତ ୧୭, ୧୮ ଓ ୧୯ତାରିଖ ୩ଦିନଧରି ବ୍ରହ୍ମପୁର ମାନ ନିୟନ୍ତ୍ରଣ ଡିଭିଜନର ଅଧିକାରୀମାନେ ମୋହନା ଠାରୁ ରାଇପଙ୍କା ପ୍ରାୟ ୪୩କି.ମି ରାସ୍ତାର ୧୦ରୁ ୧୨ଟି ସ୍ଥାନରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ରାସ୍ତା ନିର୍ମାଣରେ ତ୍ରୁଟିଥିବା ମଧ୍ୟ ଜଣାପଡିଥିବା କିଛି ଦେଖାଣହାରୀ ସୂଚନା ଦେଇଛନ୍ତି । ଏପରିକି ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲେ ମଧ୍ୟ ବର୍ତ୍ତମାନ ବିଭାଗର ନିର୍ଦ୍ଦେଶପରେ ମାନ ଯାଞ୍ଚ ହେଉଥିବା ଖବରପାଇ ସ୍ଥାନୀୟ ବାସିନ୍ଦାମାନେ ମାନ ଯାଞ୍ଚ କରୁଥିବା ବିଭାଗର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜେ ଉପସ୍ଥିତରହି କାର୍ଯ୍ୟ କିପରି ହେଉଥିଲା ତାହା ଉଲ୍ଳେଖ କରିଥିଲେ । ସେପଟେ ରିପୋର୍ଟ ପ୍ରସ୍ତୁତ ଚାଲିଛି ଓ କନ୍ଫିଡେନ୍ସିଆଲ୍ ରିପୋର୍ଟ ସଚିବଙ୍କୁ ଦେବାପାଇଁ ନିର୍ଦ୍ଦେଶ ରହିଛି । ତେଣୁ ଏହାକୁ ସାର୍ବଜନୀନ କରିବା ସମ୍ଭବପର ନୁହେଁ ବୋଲି ଆମ ପ୍ରତିନିଧିଙ୍କ ସହ ଯାଞ୍ଚ କାର୍ଯ୍ୟର ଆଲୋଚନା ବେଳେ ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ବିଜୟୱାଡା-ରାଞ୍ôଚ ଜାତୀୟ ରାଜପଥ ନିମନ୍ତେ ୨୦୧୨ରେ ୪ଟି ଏକ୍ଷ୍ଟ୍ରେସନ ରୋଡ୍ ପାଇଁ ପ୍ରାୟ ୧୫୧କୋଟି ଟଙ୍କା ବ୍ୟୟରେ ହାଇଦ୍ରାବାଦର ଏଏସ୍ଆଇପି/ଏସ୍ଆଇପିଏଲ୍(ଜେଭି) କମ୍ପାନୀ ଟେଣ୍ଡର ପକାଇ କାର୍ଯ୍ୟ କରିବା ପାଇଁ ଏଗ୍ରିମେଣ୍ଟ କରିଥିଲା । ତେବେ ତତ୍କାଳୀନ ରାୟଗଡା ଓ ଗଜପତି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧିନରେ ଏହି କାର୍ଯ୍ୟ ହେଉଥିବା ବେଳେ ରାସ୍ତା ନିର୍ମାଣରେ ଅନିୟମିତତା ଏବେ ପଦାକୁ ଆସିଛି । ତେଣୁ ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ଏହି ଜାତୀୟ ରାଜପଥ ନିର୍ମାଣର ବିଲ୍ ରାୟଗଡା ଡିଭିଜନରେ ହୋଇଥିବାରୁ ରାୟଗଡା ପୂର୍ତ୍ତ ବିଭାଗର ଅଧିକ୍ଷଣଯନ୍ତ୍ରୀ କିଭଳି ଏହାର ତଦାରଖ କରିଲେ ନାହିଁ ତାହା ମଧ୍ୟ ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ତେବେ ପୂର୍ତ୍ତ ସଚିବଙ୍କ ନିର୍ଦ୍ଦେଶ ପ୍ରକାରେ ମାନ ନିୟନ୍ତ୍ରକ ବିଭାଗର ଯାଞ୍ଚ କେଉଁଭଳି କରାଯାଉଛି ଓ ଲୋକଙ୍କ ଦୀର୍ଘଦିନର ଅଭିଯୋଗକୁ କିପରି କାର୍ଯ୍ୟକାରୀ କରାଯାଉଛି ତାହା ମାନ ନିୟନ୍ତ୍ରକ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ରିପୋର୍ଟ ଉପରେ ରହିଛି । ଯଦି ଲୋକଙ୍କ ଅଭିଯୋଗ ସତ ହୁଏ କାର୍ଯ୍ୟରେ ଅନିୟମିତତା ଓ ନିମ୍ନମାନର ରିପୋର୍ଟ ଆସେ ତାହେଲେ ପାରଳାଖେମୁଣ୍ଡି ଓ ରାୟଗଡା ପୂର୍ତ୍ତ ବିଭାଗର ବହୁ ଯନ୍ତ୍ରୀ ବଳିପଡିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ମାନ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଆଗାମୀଦିନରେ ମୋହନା ଠାରୁ ଗୁମୁଡା ପୂର୍ତ୍ତ ବିଭାଗ ରାସ୍ତାର ମଧ୍ୟ ଯାଞ୍ଚ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଯନ୍ତ୍ରୀ କହିଛନ୍ତି । ତେବେ ଜାତୀୟ ରାଜପଥ ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁ କୋଟି କୋଟି ଟଙ୍କା ପାଣିରେ ପଡୁଥିବା ନଜରକୁ ଆସିଛି ।