
ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପାୟତ ଅଧୀନ ମଥୁରାପୁର ଗ୍ରାମର ବଡ଼ଭାଇକୁ ଆକ୍ରମଣ କରି ସାନଭାଇ ଗିରଫ ହୋଇଛନ୍ତି। ଗ୍ରାମର ପ୍ରମୋଦ ମଲିକଙ୍କ ଠାରୁ ତାଙ୍କ ବଡ଼ଭାଇ ପ୍ରଦୀପ ମଲିକ କିଛି ଟଙ୍କା ଉଧାର ନେଇଥିଲେ। ପ୍ରମୋଦ ତାଙ୍କୁ ଟଙ୍କା ମାଗିବାରୁ ସେ ଟଙ୍କା ଦେଇ ପାରିନଥିଲେ। ଏଥିରେ ଉତ୍ୟକ୍ତ ହୋଇ ସୋମବାର ରାତିରେ ପ୍ରମୋଦ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ବଡ଼ଭାଇ ପ୍ରଦୀପ ଏ ସµର୍କରେ ତିହିଡ଼ି ଥାନାରେ ଅଭିେଯାଗ କରିବା ପରେ ପୋଲିସ ଏକ ମକଦ୍ଧମା (ନଂ ୪୦୪/୧୯) ରୁଜୁ କରି ମଙ୍ଗଳବାର ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।