ଭଦ୍ରକ – ଆଜି ଭଦ୍ରକରେ ବିଶ୍ବକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ, ଗାଡିମୋଟର ସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ଭଦ୍ରକ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍ର ବିଶାଳକାୟ ସୁଦୃଶ୍ୟ ତୋରଣ ଓ ମେଢ ବେଶ୍ ଚିାକର୍ଷକ ହୋଇଥିବାବେଳେ ରାନ୍ଦିଆସ୍ଥିତ ଫେକର, ଭଦ୍ରକ କ୍ଷୁଦ୍ର ଓ ଜଳସେଚନ ବିଭାଗ, ଭଦ୍ରକ ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ଉପଖଣ୍ଡ, ଭଦ୍ରକ ନେସ୍କୋ ତହସିଲ ରୋଡ୍ ସେକ୍ସନ, ଚରµା ଆଇଟିଆଇ, ରୟାଲ ଆଇଟିଆଇ, ପ୍ରଫୁଲ୍ଲ ଚନ୍ଦ୍ର ଆଇଟିଆଇ, ଭଦ୍ରକ ବନ୍ତଛକ ନମ୍ବର-୧ ଅଟୋ ଷ୍ଟାଣ୍ଡ, ଭଦ୍ରକ ବନ୍ତ ଛକ ଟ୍ରେକର, ଟାଟା ମେଜିକ୍, ମେକ୍ସିମୋ, ସବାରି ମାଲିକ ସଂଘ, ଭଦ୍ରକ ବନ୍ତଛକ ଟାଟା ଏସି. ପିକ୍-ଅପ୍ ଷ୍ଟାଣ୍ଡ, ଭଦ୍ରକ ଟ୍ରକ୍ ମାଲିକ ସଂଘ, ଚରµା ମିନି ଟ୍ରକ୍ ମାଲିକ ସଂଘ, ଭଦ୍ରକ ତହସିଲ ରୋଡ୍ ନମ୍ବର-୧ ଟ୍ରେକର ମାଲିକ ସଂଘ, ଭଦ୍ରକ ମେଡିକାଲ ଆମ୍ବୁଲାନ୍ସ ସଂଘ, ଭଦ୍ରକ ତହସିଲ ରୋଡ୍ ଟ୍ୟାକ୍ସିଷ୍ଟାଣ୍ଡ, ନେସ୍କୋ ପାଓ୍ବାର ହାଉସ, ଚାନ୍ଦବାଲି-ବାଇପାସ ଟ୍ୟାକ୍ସି ଚାଳକ ସଂଘ, ଚାନ୍ଦବାଲି-ବାଇପାସ୍ ଟ୍ରେକର ମାଲିକ ସଂଘ, ଚାନ୍ଦବାଲି-ବାଇପାସ୍ ନାୟକ ଇଲେକ୍ଝ୍ରିକାଲ୍ସ, ସହରାଳ ପାନୀୟ ଜଳ େଯାଗାଣ, ଭଦ୍ରକ ପୌରପାଳିକା, ଉକôଳ ଫ୍ଲୋର ମିଲ୍, ପାଣିଗ୍ରାହୀ ମୋର୍ଟସ, ବନ୍ତଛକ ଶ୍ରମିକ ସଂଘ ପ୍ରମୁଖ ମେଢ ପୂଜା ପାଇଛି। ଏଥି ଉପଲକ୍ଷେ ସହରରେ ବିଭିନ୍ନ ମେଢର ତୋରଣ, ଆଲୋକସଜା ସହରବାସୀଙ୍କୁ ଆକୃଷ୍ଟ କରିଛି। ସେହିପରି ଆଦାନୀ ଧାମରା ବନ୍ଦର ପରିସରରେ ବହୁ ଆଡମ୍ବରରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ପାଶ୍ର୍ବବର୍ୀ ଅଂଚଳର ଶତାଧିକ ଗ୍ରାମବାସୀ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ବନ୍ଦର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହରେ ଆୟୋଜନ କରାଯାଇଥିଲା।
Related Stories
November 24, 2024
November 24, 2024