ଭୁବନେଶ୍ୱର, ଜଣେ ଦକ୍ଷ ଛାତ୍ରସଂଗଠକ, ବିଚକ୍ଷଣ ନେତୃତ୍ୱର ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କର ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ସହଜାତ ପ୍ରବୃତ୍ତି ଥିଲା । ପଚାଶ ଦଶକରେ ସେ ଓଡ଼ିଶାର ରାଜନୈତିକ ମହଲରେ ଜଣେ ଲୋକପି୍ରୟ ନେତା ଓ ସୁସଂଗଠକ ଭାବରେ ପ୍ରତିଷ୍ଠିତ ହୋଇସାରିଥିଲେ । ସରଳ ଜୀବନ, ପରୋପକାର, ଅନ୍ୟାୟର ପ୍ରତିବାଦ, ଅନନ୍ୟ ସଂଗଠନ, ଜାତିଭେଦର ବିରୋଧ, ନିର୍ଭୀକତା ଇତ୍ୟାଦି ବିଶେଷଗୁଣର ଅଧିକାରୀ ବୀରେନ୍ ମିତ୍ର ଓଡ଼ିଶାର ବିଧାନସଭାକୁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ । ବ୍ୟକ୍ତିଗତ ଜୀବନରେ ସରଳତା, ତ୍ୟାଗ, ସେବା ଓ ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଭୀକତା ନିମନ୍ତେ ବୀରେନ୍ ମିତ୍ର ଚିରସ୍ମରଣୀୟ ରହିବେ ।
ଆଜି ଜନଗଣର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
