ଉଦଳାର ସର୍ବପୁରାତନ ମଣିନାଗେଶ୍ୱରୀ ମନ୍ଦିର ନିକଟରେ ରୁହନ୍ତି ସଞ୍ଜିତ କୁମାର ସାହୁ । ଆଜି ମହାଶିବରାତ୍ରୀ ଉପଲକ୍ଷେ ତାଙ୍କ ପରିବାର ଲୋକେ ମନ୍ଦିର ଯିବାକୁ ବାହାରିଥିଲେ । ହେଲେ ଘରୁ ବାହାରୁ ବାହାରୁ ସେମାନଙ୍କ ଭ୍ୟାନ୍ ଟି ଭାରସାମ୍ୟ ହରାଇ ଘର ସମ୍ମୁଖରେ ଥିବା ପୋଖରୀ ମଧ୍ୟକୁ ପଶିଯାଇ ଓଲଟି ପଡିଥିଲା । ପୋଖରୀ ହୁଡ଼ାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ସେମାନଙ୍କୁ ଗାଡ଼ିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ସେଠାରେ ପହଂଚିଥିଲେ । ଦୁର୍ଘଟଣା ବେଳେ ପରିବାରର ୪ ଜଣ ସଦସ୍ୟ କାର୍ ରେ ବସିଥିଲେ ।