ବିଭାଗ ଅଧୀନସ୍ଥ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ପକ୍ଷରୁ ସ୍ଥାନୀୟ ଓଡ଼ିଶା ବିଜ୍ଞାନ ଏକାଡେମୀରେ ଅନୁÂିତ ଏହି ତାଲିମ କାର୍ଯ୍ୟକ୍ରମରେ ପେଟେଂଟ, ଟ୍ରେଡ୍ ମାର୍କ, କପି ରାଇଟ୍ ଇତ୍ୟାଦିର ପଂଜୀକରଣ ବାବଦରେ ଆଲୋଚନା ହୋଇଥିଲା । ବିଭାଗ ପକ୍ଷରୁ ୨୦୧୫ ମସିହାରୁ ପେଟେଂଟ ତଥ୍ୟ କେନ୍ଦ୍ର (ପେଟେଂଟ ଇନ୍ଫର୍ମେସନ୍ ସେଂଟର) କାର୍ଯ୍ୟ କରୁଛି ଓ ଏଯାବତ୍ ଏହି କେନ୍ଦ୍ର ୨୪ଟି ପ୍ରସଙ୍ଗ ଉପରେ ପେଟେଂଟ ଅଧିକାର ପ୍ରାପ୍ତି ପାଇଁ ସୁପାରିଶ କରିଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପଛରେ ପେଟେଂଟ ତଥ୍ୟ କେନ୍ଦ୍ରର ଅବଦାନ ରହିଛି ।
ପେଟେଂଟ ଉପସ୍ଥାପନ, ସୁପାରିଶ ଏବଂ ସେ ସଂପର୍କିତ କାର୍ଯ୍ୟକ୍ରମକୁ ସଂପ୍ରସାରିତ କରିବା ଉଦେ୍ଧଶ୍ୟରେ ବିଭାଗ
ପକ୍ଷରୁ ୭ଟି ବିଶ୍ୱବିଦ୍ୟାଳୟରେ ଆଇପିଆର୍ ପ୍ରକୋÂ ଖୋଲାଯାଇଛି । ୨୦୧୯-୨୦ ବର୍ଷରେ ଆଉ ·ରୋଟି ବିଶ୍ୱବିଦ୍ୟାଳୟ ତଥା ବୈଷୟିକ ପ୍ରତିÂାନରେ ପ୍ରକୋÂ ଖୋଲାଯିବ । ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ପ୍ରତିÂାନରେ ଖୋଲିଥିବା ପ୍ରକୋÂର ଭାରପ୍ରାପ୍ତ ଅଧିକାରୀ, ରିସର୍ଚ୍ଚ ସ୍କଲାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ଶାସନ ସଚିବ ଦେବବ୍ରତ ଜେନା ପ୍ରଥମ ଅଧିବେଶନରେ ପୌରୋହିତ୍ୟ କରିଥିବାବେଳେ ପଦାଧିକାରୀ ଦିଲ୍ଲୀପ କୁମାର ସାହୁ, ବରିÂ ବୈଜ୍ଞାନିକ ଭଗତ ମହାନ୍ତି, ପ୍ରକଳ୍ପ ବୈଜ୍ଞାନିକ ସୁଶାନ୍ତ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଲିପିକା ସାହୁ (ବେଙ୍ଗାଲୁରୁ) ଓ ଟି. ପବନ କୁମାର (ଭୁବନେଶ୍ୱର) ପ୍ରଶିକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।