-
ଡାଟା ସେଣ୍ଟର, ଏଆଇ ଉପରେ ଗୁରୁତ୍ୱ
-
୧୫ଟି ଜିଲ୍ଲାରେ ୨୭ଟି ପ୍ରମୁଖ ପ୍ରକଳ୍ପ ଅନୁମୋଦିତ, ୫୦,୧୬୨ଟି ନିଯୁକ୍ତି ସମ୍ଭାବନା
-
ପୁଞ୍ଜିନିବେଶର ପ୍ରମୁଖ ଆକର୍ଷଣ ହୋଇଛି ଡାଟା ସେଣ୍ଟର, ଆଇଟି ଏବଂ ଡିଜିଟାଲ୍ ଭିତ୍ତିଭୂମି
-
କେବଳ ଡିଜିଟାଲ୍ କ୍ଷେତ୍ରର ଚାରୋଟି ପ୍ରକଳ୍ପରେ ପ୍ରାୟ ₹୧,୪୨,୯୪୧ କୋଟିର ପୁଞ୍ଜିନିବେଶ
-
ସନ୍ତୁଳିତ ଆଞ୍ଚଳିକ ଶିଳ୍ପ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ HLCAର ୪୬ତମ ବୈଠକରେ ୧୫ଟି ଜିଲ୍ଲାରେ ସମୁଦାୟ ₹୨,୪୭,୧୧୫.୭୦ କୋଟି ପୁଞ୍ଜିନିବେଶ ସମ୍ବନ୍ଧୀୟ ୨୭ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯିବା ସହିତ ଓଡ଼ିଶାର ପୁଞ୍ଜିନିବେଶ ପାଇପଲାଇନରେ ଏକ ବଡ଼ ସମ୍ପ୍ରସାରଣ ଘଟିଛି।
ଏହି ପ୍ରକଳ୍ପଗୁଡ଼ିକରେ ୫୦,୧୬୨ଟି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ଏହି ନିବେଶ ଆସିଛି । ଏଥିରେ ଡାଟା ସେଣ୍ଟର ଏବଂ ଏଆଇ, ଶକ୍ତି ଓ ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଲାବୋରେଟୋରୀରେ ପ୍ରସ୍ତୁତ ହୀରା (ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ), ସବୁଜ ହାଇଡ୍ରୋଜେନ୍, ସ୍ୱାସ୍ଥ୍ୟସେବା, ରାସାୟନିକ ପଦାର୍ଥ, ବୟନଶିଳ୍ପ, ଜାହାଜ ନିର୍ମାଣ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ସାମିଲ ରହିଛି। ଏହାଦ୍ୱାରା ଶିଳ୍ପାୟନ କ୍ଷେତ୍ରରେ ବିବିଧତାର ଲକ୍ଷ୍ୟ ପୂରଣ ହେବାର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି ।
୪୬ତମ ଏଚ୍.ଏଲ୍.ସି.ଏ. ଅଧୀନରେ ଅନୁମୋଦିତ ୨୭ଟି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଭଳି ୧୫ଟି ଜିଲ୍ଲାରେ ସ୍ଥାପନ କରାଯିବ ।
୪୬ତମ ଏଚ୍.ଏଲ୍.ସି.ଏ. ଅନୁମୋଦନଗୁଡ଼ିକର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତା ହେଉଛି ଆଇ.ଟି., ଆଇ.ଟି.ଇ.ଏସ୍. ଏବଂ ଡାଟା ସେଣ୍ଟରରେ ପ୍ରସ୍ତାବିତ ବ୍ୟାପକ ପରିମାଣର ପୁଞ୍ଜିନିବେଶ। କେବଳ ଏହି କ୍ଷେତ୍ରର ଚାରୋଟି ପ୍ରକଳ୍ପ ପ୍ରାୟ ₹୧,୪୨,୯୪୧ କୋଟିର ମିଳିତ ପୁଞ୍ଜିନିବେଶ ଅନୁମୋଦିତ ହୋଇଛି ।
ଡିଜିଟାଲ କ୍ଷେତ୍ରରେ ଅନୁମୋଦିତ ହୋଇଥିବା ନିବେଶ ମଧ୍ୟରୁ ହାଇ ଡେନ୍ସିଟି ଡାଟାସେଣ୍ଟର୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ସମନ୍ୱିତ ଡାଟାସେଣ୍ଟର୍ ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୦୪,୫୫୦ କୋଟି ପୁଞ୍ଜିନିବେଶ ଏବଂ ୧,୦୦୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ। ଏଚ୍.ସି.ଏଲ୍. ଟେକ୍ନୋଲୋଜିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ₹୧୪,୨୫୭ କୋଟି ପୁଞ୍ଜିନିବେଶ ସହିତ ଏକ ଏଆଇ-ଅପ୍ଟିମାଇଜ୍ଡ଼ ଡାଟା ସେଣ୍ଟର ପ୍ରତିଷ୍ଠା କରିବ, ଯାହା ୩୮୫ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ। ପୁରୀରେ ସେଣ୍ଟ୍ରାଫର୍ଜ ଏଆଇ ଲିମିଟେଡ୍ ₹୨୨,୬୩୪ କୋଟି ପୁଞ୍ଜିନିବେଶ ଏବଂ ୨,୩୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଏଆଇ ଡାଟା ସେଣ୍ଟର ଏବଂ ଏକ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ପ୍ରତିଷ୍ଠା କରିବ। ଆର୍.କେ.ଡି. କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ କଟକରେ ₹୧,୫୦୦ କୋଟି ପୁଞ୍ଜିନିବେଶ ଏବଂ ୨୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବ।
ଏହି ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମି ଇକୋସିଷ୍ଟମର ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି, ଯାହା ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଗ୍ଲୋବାଲ୍ କେପାବିଲିଟି ସେଣ୍ଟର ଏବଂ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସେବାଗୁଡ଼ିକ ପାଇଁ ରାଜ୍ୟର ଅବସ୍ଥିତିକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଦୃଢ଼ କରୁଛି।
ଏହା ସହିତ ଶକ୍ତି ଏବଂ ବିଜୁଳି ଭିତ୍ତିଭୂମି ପାଇଁ ₹୫୪,୨୮୮ କୋଟିର ନିବେଶ, ଦେବଗଡ଼ରେ ୩୪,୭୬୩ କୋଟି ଟଙ୍କା ବିନିଯୋଗରେ ୩୨୦୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ, ଏହି କମ୍ପାନୀ ପକ୍ଷରୁ ଅନୁଗୋଳରେ ୧୧,୬୦୪.୧୯ କୋଟି ଟଙ୍କାର ୧୦୮୦ ମେଗାୱାଟ କ୍ଷମତା ସମ୍ପନ୍ନ ଏକ ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ, ରାୟଗଡ଼ାରେ ୪୦୨୦ କୋଟି ଟଙ୍କା ବିନିଯୋଗରେ ୬୦୦ ମେଗାୱାଟ ବିଶିଷ୍ଟ Pumped Storage Hydro Power Plant, କୋରାପୁଟରେ ୩୯୦୦ କୋଟି ଟଙ୍କା ବିନିଯୋଗରେ ୭୫୦ ମେଗାୱାଟ ବିଶିଷ୍ଟ ଏକ Pumped Storage Hydro Power Plant, ଇସ୍ପାତ ଓ ଇସ୍ପାତ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସୁନ୍ଦରଗଡ଼ରେ ଦୁଇଟି ପ୍ରକଳ୍ପରେ ₹୧୪,୦୦୦ କୋଟି ପୁଞ୍ଜିନିବେଶ, ଲାବ୍ ଗ୍ରୋନ୍ ଡାଇମଣ୍ଡ କ୍ଷେତ୍ରରେ ୧୦,୬୮୦ କୋଟି ଟଙ୍କା ବିନିଯୋଗ, ଖୋର୍ଦ୍ଧାରେ ସିଲିକନ୍ କାର୍ବାଇଡ୍ ୱେଫର୍ ଏବଂ ଗାଲିୟମ୍ ନାଇଟ୍ରାଇଡ୍ ପାଇଁ ₹୨,୦୭୮ କୋଟି ପୁଞ୍ଜିନିବେଶ, ନୂଆପଡ଼ାରେ ୧୦୫୦ କୋଟି ଟଙ୍କା ବିନିଯୋଗରେ Battery Energy Storage System, କେନ୍ଦ୍ରାପଡ଼ାରେ ସବୁଜ ହାଇଡ୍ରୋଜେନ୍, ସବୁଜ ଆମୋନିଆ ଏବଂ ଇ-ସାଫ୍ ପ୍ରକଳ୍ପ ପାଇଁ ₹୩,୦୦୦ କୋଟିର ନିବେଶ, ଏଲ୍ ଆଣ୍ଡ ଟି ଦ୍ୱାରା ଗଞ୍ଜାମରେ ₹୨,୧୦୦ କୋଟିର ଉନ୍ନତ ଉତ୍ପାଦନ ଏବଂ ଜାହାଜ ନିର୍ମାଣ ସୁବିଧା ପ୍ରତିଷ୍ଠା, ଯାଜପୁରରେ ଟାଟା ଷ୍ଟିଲ୍ ଲିମିଟେଡ୍ ସ୍ଲରି ପାଇପଲାଇନ ସହିତ ୭ ଏମ୍.ଟି.ପି.ଏ. ଲୁହାପଥର ଗ୍ରାଇଣ୍ଡିଂ ୟୁନିଟ୍ ପାଇଁ ₹୩,୩୨୯ କୋଟି ପୁଞ୍ଜିନିବେଶ ରହିଛି, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଗଞ୍ଜାମରେ ₹୧,୪୨୫ କୋଟି ପୁଞ୍ଜିନିବେଶ ଅନୁମୋଦିତ ହୋଇଛି ।
ସେହିପରି ତାଳଚେର ଗ୍ୟାସିଫାୟାର୍ ଆଣ୍ଡ କେମିକାଲ୍ସ ଏଲ୍.ଏଲ୍.ପି. ଢେଙ୍କାନାଳରେ ରାସାୟନିକ ଉତ୍ପାଦନ ୟୁନିଟ୍ ପାଇଁ ଏକ ସୁବିଧା ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୭୫୦ କୋଟି ପୁଞ୍ଜିନିବେଶ, କଳାହାଣ୍ଡିରେ ଲିଓମାକ୍ସ ଟେକ୍ସଟାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ₹୧,୨୦୦ କୋଟି ପୁଞ୍ଜିନିବେଶ, ଚିରିପାଲ ପଲି ଫିଲ୍ମସ୍ ଲିମିଟେଡ୍ ଭଦ୍ରକରେ ଏକ ଓ.ଏଚ୍.ଟି. ଟାୟାର୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୧୨୫ କୋଟି ପୁଞ୍ଜିନିବେଶ ହେବ ।
ଏହା ସହିତ ଆଦାନୀ ଫାଉଣ୍ଡେସନ୍ ଖୋର୍ଦ୍ଧାରେ ଏକ ୧,୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର-ସ୍ପେଶାଲିଟି ହସ୍ପିଟାଲ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ₹୨,୧୫୦ କୋଟି ପୁଞ୍ଜିନିବେଶ ରହିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ୪୬ତମ ଏଚ୍.ଏଲ୍.ସି.ଏ.ରେ ଅନୁମୋଦିତ ପୁଞ୍ଜିନିବେଶର ପରିମାଣ ଏବଂ ବିବିଧତା ଓଡ଼ିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ବଢ଼ୁଥିବା ବିଶ୍ୱାସର ପ୍ରତିଫଳନ । ଆମ ଶିଳ୍ପ ଇକୋସିଷ୍ଟମରେ ଯେଉଁ ପରିବର୍ତ୍ତନ ଆସୁଛି ତାହା ଶିଳ୍ପ କ୍ଷେତ୍ରରେ ବିବିଧତାକୁ ପ୍ରୋତ୍ସାହିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନତ ଉତ୍ପାଦନ, ଇସ୍ପାତ, ସ୍ୱାସ୍ଥ୍ୟସେବା ଏବଂ ଉଦୀୟମାନ ଶିଳ୍ପ ପର୍ଯ୍ୟନ୍ତ, ଓଡ଼ିଶାର ପାରମ୍ପାରିକ ଶିଳ୍ପ ଭିତିଭୂମି ମଜବୁତ ହେବା ସହିତ ନୂତନ ଗ୍ରୋଥଇଞ୍ଜିନ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଓଡ଼ିଶାକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କ ପାଇଁ ଏକ ସର୍ବୋତ୍ତମ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିବା ନିମନ୍ତେ ଆମେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ପୁଞ୍ଜିନିବେଶକ-ଅନୁକୂଳ ପରିବେଶ ଯୋଗାଇବା ଜାରି ରଖିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
46th HLCA: Key Highlights
Indicator Approved Projects
Projects 27
Total Investment ₹2,47,115.70 crore
Employment Potential 50,162
Districts 15
Data Centre, ITES & AI Investment ₹1,42,941 crore
Power & Renewable Energy ₹54,287.70 crore
Steel & Steel Downstream ₹14,000 crore
Lab-Grown Diamond/Gemstone ₹10,680 crore
Green Energy Equipment ₹6,050 crore
Sl.No Project Name Project Description Project Cost (Rs in Crores) Employment (Potential) Sector District
1 High Density Data Centre Limited Integrated Datacentre Park 1,04,550 1,000 IT, ITES, Datacentre Khordha
2 HCL TECHNOLOGIES LIMITED AI Optimized Data Centre 14,257 385 IT, ITES, Datacentre Khordha
3 SICSEM PVT LTD Manufacturing facility of Silicon Carbide wafers and Gallium nitride 2,078 1,200 Semiconductor Khordha
4 DHOLAKIA LAB GROWN DIAMOND PRIVATE LIMITED Lab grown diamond manufacturing unit 4,500 3,750 Gemstone Khordha
5 Greenlab Diamonds LLP Lab grown diamond manufacturing unit 2,500 3,000 Gemstone Khordha
6 NEORGANIC DIAMONDS PRIVATE LIMITED Lab grown diamond manufacturing unit 1,600 1,000 Gemstone Ganjam
7 RUNGTA MINES LTD Expansion of its Integrated Steel Plant 9,000 12,000 Steel & Steel Downstream Sundaragada
8 SHAKAMBHARI ISPAT & POWER LIMITED Integrated Steel Plant with Cement plant and captive power plant 5,000 5,000 Steel & Steel Downstream Sundaragada
9 CHIRIPAL POLY FILMS LIMITED OHT Tire Manufacturing unit 1,125 1,500 Automobiles and Auto-components Bhadrak
10 Grasim Industries Limited Chemical Products Manufacturing Plant 1,425 1,600 Chemical and Petrochemicals Ganjam
11 NLC India Limited Thermal power plant of 3200 MW 34,763.51 4,100 Power & Renewable Energy Debagada
12 NLC India Limited Thermal power plant of 1080 MW 11,604.19 1,000 Power & Renewable Energy Anugola
13 BEKEM INFRA PROJECTS PRIVATE LIMITED Pumped Storage Hydro Power Plant 4,020 45 Power & Renewable Energy Rayagada
14 Sri Avantika Contractor (I) Limited Pumped Storage Hydro Power Plant 3,900 155 Power & Renewable Energy Koraput
15 JIRIBAM SOLAR POWER PRIVATE LIMITED Green Hydrogen, Green Ammonia, Green Methanol & Electro Sustainable Aviation Fuel (e-SAF) manufacturing facility 3,000 1,000 Green Hydrogen and its Derivatives Kendrapada
16 ADANI Foundation 1000 Bedded Multi-super Speciality Hospital 2,150 1,700 Healthcare Khordha
17 Nouveau Diamonds LLP Lab grown diamond manufacturing unit 1,080 500 Gemstone Khordha
18 Supreme green diamonds Private Limited Lab grown diamond manufacturing unit 1,000 600 Gemstone Khordha
19 Leaomax Textile Private Limited Composite textile mill 1,200 2,700 Textiles & Apparel Kalahandi
20 Sentraforge AI Ltd AI Data Center and Global Capability Center 22,634 2,320 IT, ITES, Datacentre and AI Puri
21 Aare Solar Pvt Ltd Establishment of advanced LFP Battery Energy Storage System (BESS) Assembly Plant 1,050 1,400 Green Energy Equipment Nuapada
22 RKD Construction Private Limited Datacentre facility 1,500 220 IT, ITES, Datacentre and AI Katak
23 Tata Steel Limited 7 MTPA Iron Ore Grinding Unit with Slurry Pipe Line 3,329 287 Infrastructure Jajpur
24 Larsen and Toubro Limited Green Energy Equipment Manufacturing Unit 5,000 700 Green Energy Equipment Ganjam
25 Larsen and Toubro Limited Integrated Advanced Fabrication & Manufacturing Complex 2,100 1,000 Mechanical and Electrical Capital Goods Ganjam
26 Larsen and Toubro Limited Shipbuilding, Ship Repair Complex 1,000 700 Shipbuilding, Ship-repair Ganjam
27 Talcher Gasifier and Chemicals LLP Chemical Manufacturing Unit 1,750 1,300 Chemical and Petrochemicals Dhenkanal
