ଗଞ୍ଜାମ- ବୁଧବାର ଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୧୮୦ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି ।
ତଦନୁଯାୟୀ, ବୁଗୁଡ଼ା ବ୍ଲକର ୨୦୨୩ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ସେହିପରି ସୋରଡ଼ା ବ୍ଲକରେ ୧୦ଟି କେନ୍ଦ୍ରରେ ୪୯ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ପାତ୍ରପୁର ବ୍ଲକର ୧୯ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ଥିବା ବେଳେ ଆସିକା ବ୍ଲକରେ ୩୩ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ଠିକ୍ ସେହିପରି ଶେରେଗଡ଼ ବ୍ଲକରେ ମଧ୍ୟ ୨୫ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ଛତ୍ରପୁର ବ୍ଲକରେ ୨୮ ଜଣ, ଗଞ୍ଜାମ ବ୍ଲକରେ ୭ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇନାହାଁନ୍ତି । ସେମାନଙ୍କର ଅନୁପସ୍ଥିତିର କାରଣ ମଧ୍ୟ ଜଣାପଡିନାହିଁ ।