
ଭଦ୍ରକ – ଆସନ୍ତା ଶୁକ୍ରବାର ଅର୍ଥାତ ଫେବୃଆରୀ ୨୧ରେ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି(ଜାଗରଯାତ୍ରା) । ଏଥିପାଇଁ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ବିଶେଷକରି ଗୁରୁବାର ଏକବାର ନୀତି ନିମନ୍ତେ ମନ୍ଦିର ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଅପରାହ୍ଣରେ ମନ୍ଦିର ଚୂଡାରେ ନୂଆ ନେତ ଲାଗି କରାଯିବା ସହିତ ଗମ୍ଭୀରା ଘରେ ନୂଆ ଚାନ୍ଦୁଆ ଲଗାଯିବାର ପରମ୍ପରା ରହିଛି । ତାହାସହ ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ମଣିବାବାଙ୍କର ସଂଧ୍ୟା ଧୂପ ପରେ ଏକବାର ଅନ୍ନନୀତି ଭୋଗ ଲାଗି କରାଯିବା ପରେ ସମସ୍ତ ସେବାୟତମାନଙ୍କୁ ବିତରଣ କରାଯିବ । ଅନ୍ୟପଟେ ମନ୍ଦିର ପଶ୍ରାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କାଯାଇଛି । ଏକବାର ନୀତିକାନ୍ତୀ ନିମନ୍ତେ ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତନ କରାଯାଇ ଗୁରୁବାର ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସରିବା ପରେ ଗମ୍ଭୀରା ଘରକୁ ସଫେଇ କରାଯାଇ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦିରେ ମଣିବାବଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ । ପରେ ସଂଧ୍ୟରେ ଷୋଡଶ ଉପଚାର ନୀତି ଓ ଆଳତୀ ହେବା ସହିତ ରାତ୍ରରେ ଦହିପଖାଳ ଭୋ୍ଗ ଲାଗି କରାଯିବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି । ଜାଗର ନୀତିିକାନ୍ତି ;-୨୦/୦୨/୨୦୨୦ଗୁରୁବାର ଅପରାହ୍ଣ ୪ଟା ମନ୍ଦିର ଚୂଡାରେ ନେତ ଲାଗି, ଅପରାହ୍ଣ ୫ଟା ମଣିବାବାଙ୍କ ବଡସିଂହାର ବେଶ, ସଂଧ୍ୟା ୬ଟା ଗର୍ଭଗୃହରେ ନୂତନ ଚାନ୍ଦୁଆ ଲାଗି ଓ ମନ୍ଦିର ଚୂଡାରେ ନୂଆ ନେତ ଲାଗି, ସଂଧ୍ୟା ଘ୭.୩୦ମି. ଏକବାର ନୀତି(ଅନ୍ନ ଭୋଗ) ଲାଗି, ୨୧/୦୨/୨୦୨୦, ଶୁକ୍ରବାର ସକାଳ ୪ଟା ପହଡ ଖୋଲା, ମଙ୍ଗଳ ଆଳତୀ ଓ କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଭୋଗ ଲାଗି, ସକାଳ ୫ଟା ମଣିବାବାଙ୍କ ଦିଗମ୍ବ ବେଶ , ପାଳିଆ ସେବକଙ୍କ ପକ୍ଷରୁ ଖେଚୁଡି ଅନ୍ନଭୋଗ ଲାଗି, ସକାଳ ୫ଟା ୩୦ମି. ରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ସାହଣ ମେଲା, ସଂଧ୍ୟା ୬ଟା ପ୍ରଥମ ପହର ଉପଚାର ପୂଜା ଓ ମହାସ୍ନାନ, ସଂଧ୍ୟା ୮ଟା ଦ୍ୱିତୀୟ ପ୍ରହର ପୂଜା ଓ ଅଭିଷେକ, ରାତ୍ର ୧୦ଟା ତୃତୀୟ ପ୍ରହର ଉପଚାର ପୂଜା ପଞ୍ଚାଉପଚାର ନୀତି, ରାତ୍ର ୧୧ଟା ଚତୁର୍ଥ ପ୍ରହର ଉପଚାର ପୂଜା ଓ ମହା ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା, ରାତ୍ର ୧୨ଟା ମଣିବାବାଙ୍କ ସୁନା ବେଶ ପ୍ରସ୍ତୁତି, ରାତ୍ର ୧ଟା ମହାଯଜ୍ଞ ଓ ମହାଦୀପ ପ୍ରସ୍ତୁତି, ରାତ୍ର ୧ଟା ସର୍ବସାଧାରଣ ଓ ଶ୍ରଦ୍ଧାଳୁଭକ୍ତଙ୍କ ସୁନା ବେଶ ଦର୍ଶନ, ରାତ୍ର ୩ଟା ମହାଦୀପ ମଣିବାବାଙ୍କୁ ସମର୍ପଣ ଓ ଅଗ୍ନି ସଂଯୋଗ ଓ ଗୁପ୍ତ ଷୋଡଶ, ଭୋର ୪ଟା ମହାଦୀପ ଘଣ୍ଟା, କିର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା, ଭୋର ୫ଟା ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ, ୨୨/୦୨/୨୦୨୦ , ଶନିବାର ସକାଳ ୬ଟାରୁ ୭ଟା ଶ୍ରଦ୍ଧାଳୁଭକ୍ତଙ୍କ ସୁନାବେଶ ଦର୍ଶନ ସକାଳ ୭ଟା ମଙ୍ଗଳ ଆଳତୀ , ଜାଗର ବ୍ରତ ସମାପନ ।