ଭଦ୍ରକ – ଓଡ଼ିଶା ସାମ୍ବାଦିକ ୟୁନିଅନ୍(ଓୟୁଜେ)ର ଭଦ୍ରକ ଜିଲ୍ଲାଶାଖାର ବାର୍ଷିକ ଉସôବ ଟାଉନହଲ ବାସୁଦେବପୁର ଠାରେ ଅନୁÂିତ ହୋଇଯାଇଅଛି । ଏହି ଉସôବରେ ମାନ୍ୟବର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଆନୁÂାନିକ ଭାବେ ଉସôବକୁ ଉଦ୍ଘାଟନ କରିଥିଲେ । ବାସୁଦେବପୁର ବ୍ଲକ୍ ସାମ୍ବାଦିକ ୟୁନିଅନ୍ ପକ୍ଷରୁ ଆୟୋଜିତ ଉସôବରେ ଭଦ୍ରକ ଜିଲ୍ଲା ଶାଖାର ସଭାପତି ଡ଼. ହରିହର ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉସôବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଂସଦ ଶ୍ରୀମତୀ ମଣ୍ଡଳ ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନେ ସମାଜର ଦର୍ପଣ । ସମାଜରେ ବିଭିନ୍ନ ଘଟଣାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକମାନେ ପ୍ରମୁଖ ଭୂମିକା ତୁଲାଇଥାନ୍ତି । ସମାଜ ଗଠନ ଦିଗରେ ସତ୍ୟ ସମ୍ବାଦ ପରିବେଷଣ କରିବାକୁ ସାମ୍ବାଦିକମାନାଙ୍କୁ ପରାମର୍ଶ ଦେବାସହ ସାମ୍ବାଦିକମାନଙ୍କର ସୁରକ୍ଷା ଆଇନ୍କୁ ନେଇ ସାଂସଦରେ ଦାବୀ ଉଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବରେଣ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କହିଥିଲେ ସାମ୍ବାଦିକମାନଙ୍କର ସମାଜରେ ଗୁରୁଦାୟିତ୍ୱ ରହିଛି । କୌଣସି ମନଗଢା ବା ଶୁଣାକଥା ଅନୁସାରେ ସମ୍ବାଦ ପରିବେଷଣ ନକରି ସତ୍ୟ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ । ବର୍ତମାନ ଯାନ୍ତ୍ରୀକ ଯୁଗରେ ଖୁବ୍ କମ୍ ସମୟ ମଧ୍ୟରେ ସମ୍ବାଦକୁ ପରିବେଷଣ କରାଯାଉଛି । ଯାହାକି ପୂର୍ବରୁ ସେଭଳି ସୁବିଧା ନଥିଲା । ଅନ୍ୟତମ ବରେଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ସାମ୍ବାଦିକମାନେ ସାଧାରଣ ଜନତାଙ୍କ ନିକଟରେ ଦୃଢ ଆସ୍ଥାଭାଜନ ହେବା ସହ ସୁସ୍ଥ ସମାଜା ଗଠନରେ ନିଜକୁ ନିୟୋଜିତ କରିବାକୁ କହିଥିଲେ । ମୁଖ୍ୟ ବକ୍ତାଭାବେ ଓଡ଼ିଆ ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଯୋଗଦେଇ ସାମ୍ବାଦିକମାନଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ସଂଗଠନ ନିରବଛିନ୍ନ ଭାବେ ଲଢେଇ କରିଆସୁଅଛି । ସାରା ଦେଶ ଓ ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଏକ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି । କେନ୍ଦ୍ର ସରକାର ଓ ରାଜ୍ୟସରକାର ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବୀ କରିବା ସହ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ଯୋଜନା ଦୁଇଲକ୍ଷ ପରିବର୍ତେ ପାଂଚଲକ୍ଷ ଟଙ୍କା କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମାନୀତ ବକ୍ତାଭାବେ ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୁଦନ ଦାସ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ଚନ୍ଦ୍ର ବାରିକ୍ ଓ ରାଜ୍ୟ ଉପସଭାପତି କିଷାନ ରାଉତ ଯୋଗଦେଇଥିଲେ । ପ୍ରାରମ୍ଭରେ ୟୁନିୟନର ସାଧାରଣ ସଂପାଦକ ଗୌରହରି ନାୟକ ଅତିଥି ପରିଚୟ ସହ ସଂପାଦକୀୟ ବିବରଣର ପ୍ରଦାନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବନମାଳି ବାରିକ୍ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ବରିÂ ସମାଦାଦପତ୍ର ବିତରକ ଓ ସାମାଜିକ କର୍ମୀ ମନ୍ଦରଧର ମହାପାତ୍ର ଶେଷସ୍ପର୍ଶ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ବାସୁଦେବପୁର ବ୍ଲକ ପକ୍ଷରୁ ରମାକାନ୍ତ ଡ଼ାଙ୍ଗୁଆ,ପ୍ରହଲ୍ଲାଦ ବାରିକ, ନିର୍ମଳ ଚନ୍ଦ୍ର ମଣ୍ଡଳ ଓ ମନ୍ଦରଧର ମହାପାତ୍ରଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ବ୍ଳକର ଆକାହକ ଯଥା- ଚାନ୍ଦବାଲିର ଅଜୟ ଦାସ, ତିହିଡ଼ିର ବିଭୂତୀଭୂଷଣ ଗ୍ରହାଚାର୍ଯ୍ୟ, ଧାମନଗରର କୃଷ୍ଣଚନ୍ଦ୍ର ଜେନା, ଧୂଷୁରୀର ବୈକୁଣ୍ଠ ସାହୁ , ବନ୍ତ ଅକ୍ଷର ଦାସ, ଆରଗପଡ଼ାର ଅକ୍ଷୟ ସିଂହ, ଭଣ୍ଡାରିପୋଖରୀର ଦିଗମ୍ବର ଜେନା ପ୍ରମୁଖ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ବାଲେଶ୍ୱର ଜିଲ୍ଲାର ଓୟୁଜେର ସଭାପତି ରାମନାରାୟଣ ସତପଥି, ବରିÂ ସଦସ୍ୟ ଶିଶିର ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସାଧାରଣ ସଂପାଦକ ସ୍ନେହାଶିଷୀ ପଲାଇ । କେନ୍ଦୁଝର ଜିଲ୍ଲାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ସିଂ, ରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ନୟାଗଡ଼ ଜିଲ୍ଲାର ଆଚାର୍ଯ୍ୟ ବିଶ୍ୱରଞ୍ଜନ, ରାଜ୍ୟ କାର୍ଯ୍ୟକାରିଣୀ ସସଦ୍ୟ ପୁରୀ ଜିଲ୍ଲାର ଶରତ ପରିଡ଼ା ପ୍ରମୁଖଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓୟୁଜେୟୁର ଭଦ୍ରକ ଶାଖାର ସାଂଗଠନିକ ସଂପାଦକ ନାରାୟଣ ପ୍ରସାଦ ବାରିକ, ଉପଦେଷ୍ଟା କିଶୋର କୁମାର ମହାପାତ୍ର,ଉପଦେଷ୍ଟା ପ୍ରହଲ୍ଳାଦ ବାରିକ, ସୀତାକାନ୍ତ ଦାସ, ବିଜୟ କୁମାର ଘଡେ଼ଇ, ସତ୍ୟକାନ୍ତ ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ବୃଦ୍ଧାବନ ମହାନ୍ତି, ବିଭୂତି ଭୂଷଣ ପଣ୍ଡା ଓ ତପନ କୁମାର ବାରିକ ପ୍ରମୁଖ । ଏହି ବାର୍ଷିକ ଉସôବରେ ଭଦ୍ରକ ଜିଲ୍ଲା ସାମ୍ବାଦିକ ୟୁନିୟନରର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ ।