
ଭଦ୍ରକ – ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ସାକ୍ଷାତ କରି ଭଦ୍ରକ କଲେଜର ବର୍ତ୍ତମାନ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସାଂସଦଙ୍କ ପ୍ରତିନିଧି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ମଳୟ ଜେନା ଉପସ୍ଥିିତ ଥିଲେ । ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ କଲେଜର ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପାଇଁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଦେଇଥିବା ପ୍ରସ୍ତାବକୁ ମାନୀୟା ସାଂସଦ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ସମସ୍ତ ବିଧାୟକଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ ସମ୍ମତି ପ୍ରଦାନ କରିଥିଲେ । କଲେଜରେ ସେଲ୍ଫ୍ ଫାଇନାନ୍ସ ସ୍କିମ ଚାଲୁ ହେବା ପରେ ପିଲାମାନଙ୍କ ପାଠ ପଢିବା ପାଇଁ ଆବଶ୍ୟକୀୟ ଘର ଅଭାବ, ଅଧ୍ୟାପକ ନିଯୁକ୍ତି ଏବଂ କଳେଜ ପରିସର ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଜ୍ୱଳ ଆଲୋକର ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଥିବା,କଲେଜର ମୁଖ୍ୟ ଫାଟକକୁ ପୁନନିର୍ମାଣ, ଏକ ମୋଟର ସାଇକେଲ ଷ୍ଟାଣ୍ଡ ଇତ୍ୟାଦି ସମ୍ବନ୍ଧରେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଅଜୟ ନାୟକ ଅବଗତ କରାଇଥିଲେ । ଭଦ୍ରକ ମହାବିଦ୍ୟାଳୟ ଖୁବ୍ ଶୀଘ୍ର କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା କିପରି ପାଇବ ସେ ସମ୍ପର୍କରେ ମାନନୀୟା ସାଂସଦ ଖୁବ୍ ଶୀଘ୍ର ଜିଲ୍ଲାର ମସସ୍ତ ବିଧାୟକଙ୍କୁ ନେଇ କଲେଜ ପରିସରରେ ଏକ ସମୀକ୍ଷା ବୈଠକ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ଏହି ଆଲୋଚନା ସମୟରେ ପୁରାତନ ଛାତ୍ର ସଂସଦର ସଭାପତି ଶିକ୍ଷାବିତ୍ ଦେବେନ୍ଦ୍ର ନାଥ ରାଉତ, ପୂର୍ବତନ ସଭାପତି ଡା. ଦୁର୍ଯେ୍ୟାଧନ ଦାସ, ପୂର୍ବତନ ସମ୍ପାଦକ ଅଧୀବକ୍ତା ନିତ୍ୟାନନ୍ଦ ଦାଶ, ପର୍ଶୁରାମ ଦ୍ୱିବେଦୀ, ସଭ୍ୟ ଗଦାଧର ବଳ, ଅବରେନ୍ଦ୍ର ବିଶ୍ୱାଳ, ବସନ୍ତ ମହାନ୍ତି, ଇନ୍ଦ୍ରମଣୀ ପଣ୍ଡା, ଗୋକୁଳାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO