କଟକ /ଭୁବନେଶ୍ୱର– ସାଧାରଣ ଜନତାଙ୍କୁ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟ ନେଇ ଗୁରୁବାର ଦିନ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଦ୍ୱିତୀୟ ଆହାର କେନ୍ଦ୍ର ଉଦଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ପକ୍ଷରୁ ନିର୍ମିତ ଦ୍ୱିତୀୟ ‘ଆହାର କେନ୍ଦ୍ର’ କୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି। ଏହି ନୂତନ କେନ୍ଦ୍ରଟି ମେଡିକାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଓ ଗରିବ ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ସ୍ୱଚ୍ଛ ଓ ଗୁଣବତାପୂର୍ଣ୍ଣ ଆହାର ଯୋଗାଇବାରେ ବିଶେଷ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁବାସ ସିଂହ, କେଏମସି କମିଶନର, କଟକ ଡିସିପି ଏବଂ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ସୁପିଟେଣ୍ଡେଂଟ ପ୍ରମୁଖ ଉପସ୍ଥିତ ଥିଲେ।
