-
କ୍ୟାମ୍ପସର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆନ୍ଦୋଳନ କରିବ ଏବିଭିପି
ଭୁବନେଶ୍ୱର,ପ୍ରତ୍ୟେକ ଶିକ୍ଷାବର୍ଷ ଭଳି ଶିକ୍ଷାବର୍ଷ ୨୦୨୬-୨୭ ରେ ମଧ୍ୟ ଏବିଭିପି ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ଏହି ଶିକ୍ଷାବର୍ଷରେ ଏବିଭିପି ତିନିଲକ୍ଷ ରୁ ଅଧିକ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ଜିଲ୍ଲା ସ୍ତରରେ ସଦସ୍ୟତା ନିମନ୍ତେ ସଦସ୍ୟତା କାର୍ଯ୍ୟଶାଳା ପାଇଁ ମଧ୍ୟ ଏବିଭିପି ଯୋଜନା କରିଛି ।
ଓଡ଼ିଶାର ବିଭିନ୍ନ କ୍ୟାମ୍ପସ ରେ ଏହି ଲକ୍ଷ୍ୟରେ ଆଗାମୀ ଦିନରେ ଏବିଭିପି କାର୍ଯ୍ୟ କରିବା ସହିତ ତାର କ୍ୟାମ୍ପସ ଶାଖା ଗୁଡ଼ିକୁ ମଜବୁତ୍ କରି ଏଥି ସହିତ ବିଭିନ୍ନ ଶିକ୍ଷା ସମସ୍ୟା ଓ ଶିକ୍ଷା ସ୍ଥିତିକୁ ନଜରରେ ରଖି ଆନ୍ଦୋଳନ କରିବ ବୋଲି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ,ମହାନଗର ସହ ସମ୍ପାଦକ ଦୀପକ ସ୍ୱାଇଁ, ଲୋପାମୁଦ୍ରା ମଲ୍ଲିକ,ଛାତ୍ର ନେତା ରତିକାନ୍ତ ବାରିକ ,ନିହାର ରଞ୍ଜନ ଦାସ ଓ ଛାତ୍ରୀ ନେତ୍ରୀ ସୌମ୍ୟଶ୍ରୀ ସାହୁ , ରୋଷ୍ନି ଜେନା ଉପସ୍ଥିତ ଥିଲେ ।
ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ କ୍ୟାମ୍ପସ ରେ ଦୃଢ଼ତାର ସହିତ ଏବିଭିପି ଲଢିବ ବୋଲି ଦିପ୍ତିମୟୀ ପ୍ରତିହାରୀ ମତ ପ୍ରକାଶ କରିଛନ୍ତି ।
