
ଦିଗପହଣ୍ଡି: ଦିଗପହଣ୍ଡି ସହର ପୁଞ୍ଜିକଁୟା ଛକରେ ଏକ ଛାତ୍ରର ମୃତ୍ୟ ଘଟଣା ଦେଖିବାକୁ ମିଳିଛି। ଚିକିଟି ମୁଖ୍ୟ ରାସ୍ତାରେ ରହିଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ପରିବହନ କରୁଥିବା ଏକ ପାସେଞ୍ଜର ଅଟୋରୁ ଖସିଯାଇ ଏକ ବୋଧ ଶ୍ରେଣୀର ଛାତ୍ରଙ୍କ ମୃତ୍ୟ ଘଟିଛି। ମୃତକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧିନସ୍ତ ଗୁଡ଼ିଆଳି ଗ୍ରାମର ବୁଲୁ ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ( ବୟସ- ୫)। ଅଜୟ ତାଙ୍କ ମାମୁ ତିଲେଶ୍ୱର ଗ୍ରାମର ହରୀକୃଷ୍ନ ବିଷୋୟୀଙ୍କ ଘରେ ରହି ପାଠ ପଢ଼ୁଥିବା ସୂଚନା ମିଳିଛି। ଉକ୍ତ ଅଟୋରେ ଦିନକୁ ୧୦ରୁ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ତିଲୋତ୍ତମା ନଗର ନିକଟରେ ଅଜୟ ନିଜର ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତି କରାଇଥିଲେ, ହେଲେ ଡାକ୍ତର ସେଠାରେ ଅଜୟଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତି ପୁରଣ ପାଇଁ ଉପସ୍ଥିତ ଲୋକମାନେ, ପୁଞ୍ଜିକଁୟା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କ୍ଷତି ପୂରଣ ପାଇଁ ଦାବି ପ୍ରଦାନ କରିଥିଲେ। ଘଟଣା ସ୍ଥଳରେ ତହସିଲଦାର ଶ୍ରୀ ଆଦିତ୍ୟ ସ୍ୱାଇଁ, ଦିଗପହଣ୍ଡି ଥାନାଧିକାରୀ ଆଇଆଇସି ବସନ୍ତ ସେଠୀ ପହଂଚି ଘଟଣାର ତଦନ୍ତ କରିବା ସହ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଖବର ଶେଷ ଯାଇ ରାସ୍ତା ଅବରୋଧ ଜାରି ରହିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO