କନ୍ଧମାଳ– ରୋଟାରୀ ଗଭର୍ଣ୍ଣର ୨୦୨୫।୨୬ ରୋଟlରିଆନ ମନୋଜ ତ୍ରିପାଠୀ ଓ ଫାଷ୍ଟ ଲେଡୀ ମଧୁସ୍ମିତା ତ୍ରିପାଠୀ ଫୁଲବାଣୀ ଗସ୍ତରେ ଆସି ସ୍ଥାନୀୟ ନାରାୟଣୀ ରୋଡ ରେ ଥିବା ରୋଟାରୀ କ୍ଲବ ପରିଦର୍ଶନ ରେ ଯାଇ ଚଳିତ ୨୦୨୫। ୨୬ ବର୍ଷରେ ଫୁଲବାଣୀ ରୋଟାରୀ କ୍ଲବ ର ଆୟ ବ୍ୟୟ ହିସାବ ଓ କ୍ଲବ୍ ପକ୍ଷରୁ କ’ଣ ସବୁ କାର୍ଯ୍ୟ ହାତକୁ ନିଆଯାଇଥିଲା ସେ ସମ୍ପର୍କରେ ସଭାପତି ପ୍ରକାଶ ପଣ୍ଡା ଓ ସମ୍ପାଦକ ବିରଜା ପ୍ରସାଦ ନାହାକଙ୍କ ସହ ଆଲୋଚନା କରିଥିଲେ l କ୍ଲବ୍ ପକ୍ଷରୁ ଜିଲ୍ଳାର ବିଭିନ୍ନ ଅଞ୍ଚଳ ରେ ବସ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ଅଧିକ କାର୍ଯକ୍ରମ ହାତକୁ ନେବା ପାଇଁ ପରାମର୍ଶ ଦେଇଥିଲେ l ରୋଟାରୀ ଗଭର୍ଣ୍ଣର ମନୋଜ ତ୍ରୀପାଠୀ ଓ ଫାଷ୍ଟ ଲେଡୀ ମଧୁସ୍ମିତା ଫୁଲବାଣୀ ରେ ପହଞ୍ଚିବା ପରେ ତାଙ୍କୁ କ୍ଲବ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l
ଏହି ଅବସରରେ କ୍ଲବ୍ ପକ୍ଷରୁ ଆୟୋଜିତ ସହରରେ ଥିବା ବାଳlଶ୍ରମ ଠାରେ ଥିବା ୫୦ ଜଣ ଅନ୍ତେବାସୀ ଙ୍କୁ ଖାତା ପେନ୍ସିଲ, ରବର, ବିସ୍କୁଟ, ଚକ୍ଲେଟ ଗାମୁଛା ଆଦି ଗଭର୍ଣ୍ଣର ମନୋଜ ତ୍ରିପାଠୀ ଓ ଅନ୍ୟ ପ୍ରଦାନ କରିବା ସହ ପିଲାଙ୍କୁ ଉଚିତ୍ ମାର୍ଗଦର୍ଶନ କରିଥିଲେ l ସେହିପରି ଶକ୍ତି ସଦନ ଯାଇ ସେଠାରେ ଥିବା ନିର୍ଯ୍ୟାତିତl ମହିଳା ମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ l ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ ହୋଇପାରିବେ ସେ ନେଇ କlର୍ଯ୍ୟ କରିବା ପାଇଁ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ୨୦୨୫/୨୬ ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ ରୋଟlରିଆନ ତଥା ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିପ୍ର ଚରଣ ପାତ୍ର, ପ୍ରଶାନ୍ତ କୁମାର ପାଣିଗ୍ରାହୀ, କେ ଜ୍ଞାନ ଦୋରା,୨୦୨୬/୨୭ବର୍ଷ ସଭାପତି ତଥା ବରିଷ୍ଠ ଆଇନ ଜିବୀ ବିଜୟ ପଟ୍ଟନାୟକ ଓ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଡି ଅରୁଣା, ଉର୍ମିଳା ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ଏଥି ସହିତ ଆୟୋଜିତ ଏକ ବନ୍ଧୁମିଳନ ସଭାରେ ରୋଟାରୀ ଗଭର୍ଣ୍ଣର ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ମୁଳକ କାର୍ଯ୍ୟ ଅଧିକ କରିବା ଦିଗରେ ଅନ୍ତରିକତାର ସହ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଫୁଲବାଣୀ ରୋଟାରୀ କ୍ଲବ କୁ ନିଜେ ବ୍ୟକ୍ତିଗତ ଭାବେ ଯଥା ସମ୍ଭବ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l
କ୍ଲବ୍ ବରିଷ୍ଠ ସଦସ୍ୟ ରବୀ ସୁବୁଦ୍ଧି, ପଦ୍ମ ଚରଣ ସ୍ବାଇଁ, ବି ଦେବେନ୍ଦ୍ର ପାତ୍ର, ଶରତ ସୂବୁଦ୍ଧି, ସର୍ବେଶ୍ଵର ମିଶ୍ର ହରିଶ୍ଚନ୍ଦ୍ର ମହାରଣା, ମନୋରଞ୍ଜନ ପଟ୍ଟନାୟକ , ସିମlଞ୍ଚଳ ବେହେରା, ନିିଳମାଧବ ମିଶ୍ର,ସଦସ୍ୟା ସୁଭ୍ରା ପଟ୍ଟନାୟକ, ସୁନୀତା ନାୟକ ଓ ପରିବାର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l
