ଭଞ୍ଜନଗର- ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତ ପାଟୁଳିସାହିରେ ଆଜି ସକାଳ ୮ଟା ସମୟରେ ବାରହା ଆକ୍ରମଣରେ ଟୁଟୁ ପ୍ରଧାନ (୩୨)ଗୁରୁତର ଆହତ ହୋଇଛନ୍ତି। ଟୁଟୁ ବିଲରେ କାମ କରିବାକୁ ଯାଉଥିବା ବେଳେ ଲଟା ବୁଦା ରେ ଥିବା ଏକ ବାରହା ତାଙ୍କୁ ହଠାତ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି କିଛି ଲୋକ ଜମା ହୋଇ ଯିବାରୁ ବାରହାଟି ଟୁଟୁ କୁ ଛାଡି ପଳେଇଥିଲା। ଗୁରୁତର ଅବସ୍ଥାରେ ଟୁଟୁ କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି।ଏସମ୍ପର୍କରେ ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ମେଡିକାଲରେ ପହଞ୍ଚି ଟୁଟୁ ର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ଆହତ ଟୁଟୁ କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ଏ.ସି.ଏଫ ସୁଦର୍ଶନ ବାଦୀ କହିଛନ୍ତି। ହେଲେ ବାରହାଟି ବର୍ତ୍ତମାନ ସୁଦ୍ଧା ସେହି ସ୍ଥାନରେ ବୁଲୁଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇ ରହିଥିବା ସୂଚନା ମିଳିଛି।