-
“ବିକାଶର ଧାରା ଓଡ଼ିଶା ସାରା” ଅଭିଯାନରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା
-
ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ନ ଦେଇ ଚାଲିଗଲେ ମନ୍ତ୍ରୀ ,
-
ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଦିନ ପୁରୀ ସର୍କିଟ ହାଉସ ସମ୍ମିଳନୀ ଗୃହରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା ଅଭିଯାନର ଅଂଶ ବିଶେଷ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିସ୍ତୃତ ସୂଚନା ଦେଇ ଆମ ସରକାର ଲୋକ ଙ୍କ ସରକାର ଓ ସେମାନଙ୍କ ସମସ୍ୟା ସମାଧାନ କୁ ଗୁରୁତ୍ୱ ଦେଇ ଗତ ଦୁଇ ବର୍ଷ ମଧ୍ୟରେ ୧୪୬୫୧ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ଶତକଡା ୯୫ ହାରରେ ୧୩୮୯୭ ଟି ର ସମାଧାନ ହୋଇଛି ବୋଲି କହିଥିଲେ।ଅଭିଯୋଗ ଶୁଣାଣି ରେ ମଧ୍ୟ ୮୬ ଜଣ ହିତାଧିକାରୀଙ୍କୁ ୭୩ଲକ୍ଷ ୮୦ ହଜାର ଟଙ୍କାର ସହାୟତା ଦିଆଯାଇଛି। ପୁରୀ ଜିଲ୍ଲା ରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଜାତୀୟ ଓ ରାଜ୍ୟ ର ମୋଟ ୧୨୮୭୭୬୭ ଜଣ ହିତାଧିକାରୀ ଙ୍କୁ ମଇ ଓ ଜୁନ ମାସ ଠାରୁ ମୁଣ୍ଡ ପିଛା ୫ କେଜି ପରିବର୍ତ୍ତେ ୧୦ କେଜି ଲେଖାଏଁ ଚାଉଳ ଦିଆଯାଉଛି।
ଜିଲ୍ଲାରେ ୭୧୭୬୬୨ ଜଣ ଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିବା ଵେଳେ ପ୍ରାୟ ୫୮ ହଜାର ବ୍ୟକ୍ତି ଉପକୃତ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୬୪୬୩ ଜଣ ଓ ଅନ୍ତୋଦୟ ଗୃହ ଯୋଜନା ରେ ୩୪୯୮ ଜଣ ଉପକୃତ ହୋଇଛନ୍ତି।ପୁରୀ ଆଇଟିଆଇ କୁ ୧୦୦ କୋଟି ଟଙ୍କା ବ୍ୟୟରେ ଉତ୍କର୍ଷ ଆଇଟିଆଇ କରାଯିବ।ଡେଲାଙ୍ଗ ଓ ନିମାପଡା ରେ ୨ ଗୋଟି ଏମ ଏସ ଏମ ଇ ପାର୍କ କରାଯିବ।ଓଡିଶାରେ ୨ ଟି ସେମିକଣ୍ଡକ୍ଟର ପ୍ରକଳ୍ପ ଓ ଡିଫେନ୍ସ ରେ ସହାୟକ ଉପକରଣ ପାଇଁ ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ।ହେଲେ ଏହି ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନେ ଯେତେବେଳେ ପ୍ରଶ୍ନ କରିଥିଲେ ବିଜେଡି ସରକାର ଯିବା ପରଠାରୁ ପୁରୀରେ କୌଣସି ଉର୍ନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ କି କେଉଁ ସ୍ଥାନରେ ଗୋଟିଏ ଗଣ୍ଡୁଆ ମାଟି ପଡ଼ିନାହିଁ |ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଇନ ମନ୍ତୀ ଦେଇଥିବା ପ୍ରସ୍ତାବ ଶ୍ରୀମନ୍ଦିର ଆଣ୍ଟି ଡ୍ରୋନ ଜୋନ ହେବ ହେଲେ ସରକାର ଙ୍କ dui ବର୍ଷ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡିଶା ତଥା ବିଶ୍ୱ ବ୍ରହ୍ମାଣ୍ଡ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି |ଯଦି ଶ୍ରୀମନ୍ଦିର ସୁରକ୍ଷିତ ନୁହେଁ ତାହେଲେ ଓଡିଶା କଥା କହିବା ଅନୁଚିତ |ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେବା ପରିବର୍ତ୍ତେ ମନ୍ତ୍ରୀ ସଭା ଛାଡି ଚାଲି ଯାଇଥିଲେ |
ସାମ୍ବାଦିକ ସମ୍ମିଳନୀ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।
