ଗଞ୍ଜାମ-କୁକୁଡାଖଣ୍ଡି ସିଏଚସିର ବିପିଓଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଜନସାଧାରଣରେ ଦାବି ହେଉଛି । ସେ ଏଠାରେ ଦୀର୍ଘ ଦିନ ହେଲା ରହି ବହୁ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥ ବାଟମାରଣା କରିବା ସହ ବିଭିନ୍ନ ବାବଦରେ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଉଣା ନଦେଇ ବାଟମାରଣା କରୁଥିବା ଅଭିଯୋଗ ହେଉଛି ।
ସବୁଠାରୁ ବିସ୍ମୟ ଘଟଣାଯେ, ଏହି ବିପିଓଙ୍କ ନିଜ ଘର କୁକୁଡାଖଣ୍ଡି ହୋଇଥିବା ବେଳେ ଜଣେ ଅଧିକାରୀଙ୍କୁ କିପରି ନିଜ ଗାଁରେ ନିଯୁକ୍ତି ମିଳିଛି ?ଗଂଜାମ ସିଡିଏମଓ ଘଟଣାର ତଦନ୍ତ କରିବା ସହ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି ।
