ଭୁବନେଶ୍ୱର – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶ୍ରଦ୍ଧାଂଜଳି ଜଣାଇଛନ୍ତି।
ଏକ୍ସରେ ପୋଷ୍ଟ କରି ରାଜ୍ୟପାଳ ଲେଖିଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜନସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଆସୁଛି।
