ଭୁବନେଶ୍ୱର– ଜୁନ୍ ୧୦ ପୂର୍ବରୁ ଭୁବନେଶ୍ୱରର ସବୁ ଡ୍ରେନ୍ ମରାମତି କାମ ଶେଷ ହେବ। ଖୋଲା ପଡିଥିବା ସମସ୍ତ ଡ୍ରେନ ଉପରେ ସ୍ଲାପ ପକାଯିବ। ବିଏମସି ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବର୍ଷା ପୂର୍ବରୁ ସମସ୍ତ ଛୋଟବଡ଼ ଡ୍ରେନ ସଫେଇ କାମ ଶେଷ କରାଯିବ। ଜୁନ ୧୦ ଭିତରେ ରୋଡ୍ କଟିଂ କାମ ମଧ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
