ଭୁବନେଶ୍ୱର– ରାଜ୍ୟରେ ତାତି ଓ ଗୁଳୁଗୁଳି ନେଇ ଆଇଏମଡିଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି ରହିବ ବୋଲି ସେ କହିଛନ୍ତି ।
ତାପମାତ୍ରା ୪୦ ଥିଲେ ବି ୪୫ ଡିଗ୍ରୀ ପରି ଅନୁଭୂତ ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୂତ ତାପମାତ୍ରା ଅଧିକ ରହିବ ।ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅଧିକ, ତେଣୁ ଅନୁଭୂତ ତାତି ଅଧିକ ବୋଲି ସେ କହିଛନ୍ତି ।
ଏଥର କିଛି ବି ନୂଆ ନୁହେଁ, ଆମେ ଅତୀତରେ ଏହା ଅନୁଭବ କରିଛୁ । କୌଣସି ଠାରେ ଏଲ୍ ନିନୋ ଘୋଷଣା ହୋଇ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି ।
ମନସୁନ୍ ଆସିଲେ ଏଲ୍ ନିନୋ ସକ୍ରିୟ ହୋଇଥାଏ । ଓଡ଼ିଶାକୁ ମନସୁନ୍ ଛୁଇଁବା ନେଇ କୌଣସି ପୂର୍ବାନୁମାନ ହୋଇନି ବୋଲି ସେ କହିଛନ୍ତି ।
