ମାଲକାନଗିରି– ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଦ୍ଵାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପ୍ୟାକେଜ କରିଥିବା ୫ ଜଣ ପୋଲିସ କର୍ମଚାରୀଙ୍କ ବିଭିନ୍ନ କାରଣଜନିତ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଷ୍ଟେଟ ବ୍ୟାଙ୍କ ର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗଦାନ କରି ମାଲକାନଗିରି ଶାଖାର ଏହିଭଳି ଜନହିତକାରୀ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ରୂପେ ବେଦବର ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଅନାମ ଲାକ୍ରା ଡ଼ିଏସପି, ମାଲକାନଗିରି ବ୍ରାଞ୍ଚ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ମାଲକାନଗିରି ମହା ବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ, କ୍ଷେତ୍ର ଅଧିକାରୀ ସୌମ୍ୟରଂଜନ ବେହେରା କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।
ସେହିପରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲଏଚଙ୍କ ଦ୍ଵାରା ରଶ୍ମି ରେଖା ମାଝୀ (ସ୍ବର୍ଗତ ସ୍ୱାମୀ ଅକ୍ଷୟ କୁମାର ନାୟକ ), ସମରି ବୁରୁଡ଼ା (ସ୍ବର୍ଗତ ସ୍ୱାମୀ ରାମସିଂ ବୁରୁଡ଼ା), ଅମିତା କୁମାରୀ ପଟ୍ଟନାୟକ (ସ୍ବର୍ଗତ ସ୍ୱାମୀ ବୁଲୁ ପଟ୍ଟନାୟକ), ଦମୁ କୁରାମି (ସ୍ବର୍ଗତ ସ୍ୱାମୀ ଅର୍ଜୁନ ଚନ୍ଦ୍ର କୁରାମି), ରଶ୍ମିତା ଦୋରା (ସ୍ବର୍ଗତ ସ୍ୱାମୀ ରଞ୍ଜନ ହନ୍ତଳା ଚତୁର୍ଥ ବାଟାଲିୟନ ),
ସେହିପରି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମୃତ୍ୟୁ ଜନିତ ସାହାଯ୍ୟ ରାଶି ୨ ଲକ୍ଷ ବୀମା ରାଶି ଦେବ ପଡିଆମୀ (ସ୍ବର୍ଗତ ସ୍ତ୍ରୀ ମୁକେ ପଡିଆମୀ), ମୁକା ମାଡକାମୀ (ସ୍ବର୍ଗତ ସ୍ତ୍ରୀ ପାଣ୍ଡ୍ରି ମାଡକାମୀ), ଝରଣା ଦୁର୍ଗା (ସ୍ବର୍ଗତ ମାତା ରୁକ୍ମଣୀ ଦୁର୍ଗା)ଙ୍କୁ ପ୍ରଦାନ କରାଯାଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପ୍ୟାକେଜରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧ କୋଟି ୧୦ ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ ୧୦ ଲକ୍ଷ ବୀମା ରାଶି ପ୍ରଦାନ କରାଯାଉଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏହିଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହାଲରେ ଭୁୟସୀ ପ୍ରଶଂସା କରାଯାଇଛି।
