ଭୁବନେଶ୍ୱର – ଭିଡ଼ ହିଂସା ନିୟନ୍ତ୍ରଣ କରିବା ପାଇଁ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ଭିଡ ହିଂସା ରୋକିବା ପାଇଁ ସ୍ୱତନ୍ତ୍ର ଫୋର୍ସ ନିୟୋଜିତ ହେବେ।ଏଥିପାଇଁ କମିଶନରେଟ ପୋଲିସ ଏସସଟିୟୁ (ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍) ଓ ଏସଟିଜି (ସ୍ପେଶାଲ ଟାକ୍ଟିକାଲ ୟୁନିଟ୍)ସ୍ପେଶାଲ ୟୁନିଟ ଗଠନ କରିଛି। ଏହି ଫୋର୍ସ ଇଆରଏସଏସ ଓ ପିସିଆର ଗାଡ଼ିରେ ମୁତୟନ ହେବେ। କୌଣସି ସ୍ଥାନରେ ଭିଡ଼ ହିଂସା ଦେଖାଦେଲେ ସୋମନେ ସ୍ଥିତି ନିୟନ୍ତ୍ରଣ କରିବେ। ଏହାସହ ସହରାଂଚଳ ଆତଙ୍କୀ ନିୟନ୍ତ୍ରଣ ଓ ଭିଭିଆଇପି ଗସ୍ତବେଳେ ନଜର ରଖିବେ।
