ଭୁବନେଶ୍ୱର– ଗରମ ରାତି ନେଇ ମଇ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଗରମ ରାତି ନେଇ ୨୧ ତାରିଖ ୨ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗରମ ରାତି ନେଇ ୨୨ ତାରିଖ ୨ ଜିଲ୍ଲା (ସମ୍ବଲପୁର,ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗରମ ରାତି ନେଇ ୨୩, ୨୪ ଓ ୨୫ ତାରିଖ ୨ ଜିଲ୍ଲା (ସମ୍ବଲପୁର, ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
