ଭୁବନେଶ୍ୱର,ଚଳିତ ବର୍ଷ ‘ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର’ ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦକୁ ସମ୍ମାନ ଚଳିତ ବର୍ଷର ଜାତୀୟ ପଞ୍ଚାୟତ ପୁରସ୍କାର ସମ୍ପର୍କରେ କିଛି ଗଣମାଧ୍ୟମରେ ପ୍ରକାଶିତ ଖବରରେ ତଥ୍ୟଗତ ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରାଯାଉଛି ଯେ, “ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର” ବର୍ଗରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବବର୍ଷ କୋରାପୁଟ ଜିଲ୍ଲା ଏହି ସମ୍ମାନ ଲାଭ କରିଥିଲା ।
ସଠିକ ତଥ୍ୟର ପ୍ରକାଶ ଓ ପ୍ରସାର ପାଇଁ ସମସ୍ତ ଗଣମାଧ୍ୟମଙ୍କୁ ଅନୁରୋଧ କରାଯାଉଛି ।
