ଭୁବନେଶ୍ୱର,ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି।
ଏକ ଶୁଭେଚ୍ଛା ବାର୍ତ୍ତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ୯୫.୩୩% ପାସ୍ ହାର ସହ ପିଲାମାନଙ୍କର ଏହି ସଫଳତା ଓଡ଼ିଶାର ଶିକ୍ଷା କ୍ଷେତ୍ର ପାଇଁ ଗୌରବର ବିଷୟ। ଯେଉଁମାନେ ଆଶାନୁରୂପ ଫଳ ପାଇନାହାନ୍ତି, ସେମାନେ ନିରାଶ ନ ହୋଇ ପରିଶ୍ରମ ଜାରି ରଖନ୍ତୁ; ମନେରଖନ୍ତୁ, ଗୋଟିଏ ପରୀକ୍ଷା ଆପଣଙ୍କ ଭବିଷ୍ୟତ ସ୍ଥିର କରେନାହିଁ। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି।”
