
ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ର ପୁର ଗାଁ ର ଜଣେ ଅସହାୟ ଗରିବ ଚାଷୀ ବୁଦ୍ଧିଆ ରେଡ୍ଡୀ ଙ୍କ ନଡ଼ା ଗଦା ଜଳି ଯାଇଛି।ରବିବାର ପୂର୍ବାହ୍ନ ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।ଗ୍ରାମବାସୀ ଙ୍କ ସହାୟତାରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଅଳିଆ ଗଦା ରେ ଲାଗିଥିବା ନିଆଁ ବ୍ୟାପିବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ନଡ଼ା ନଷ୍ଟ ହୋଇଥିବା କୁହାଯାଇଛି।