
ବ୍ରହ୍ମପୁର(ବ୍ୟୁରୋ): ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରାଜିଲ ରାଷ୍ଟ୍ରପତି, ଭାରତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତୀରକ୍ଷା ମନ୍ତ୍ରୀ, ୩ସେନାର ମୁଖ୍ୟଙ୍କ ସମ୍ମୁଖରେ ଓଡ଼ିଶା ଦଳରେ ସାମିଲ୍ ହୋଇଥିବା ଗଞ୍ଜାମ ବ୍ରହ୍ମପୁରର କୁନି ତାବଲା ବାଦକ ଦୀପ୍ତ ସୁନ୍ଦରଙ୍କ ତାବଲା ବାଦନ ସମସ୍ତଙ୍କ ମନ ମୋହିଥିଲା । ଏପରିକି ସେ ଭାଗ ନେଇଥିବା ଜୁନିୟର ବିଭାଗରେ ଓଡ଼ିଶା ସାଂସ୍କୃତିକ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା । ବ୍ରହ୍ମପୁରର କୁନି ଦୀପ୍ତଙ୍କ କୁନି କୁନି ହାତରେ ଏଭଳି ତାବଲା ବାଦନକୁ ମନଭରି ଉପଭୋଗ କରିଥିଲେ ଅତିଥି ଓ ହଜାର ହଜାର ସଂସ୍କୃତି ପ୍ରେମୀ । ଦୀପ୍ତ ବ୍ରହ୍ମପୁର ଫେରିବାପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟିଛି । ତାଙ୍କର ଏଭଳି କୃତକାର୍ଯ୍ୟକୁ ଉଚ୍ଚ ପ୍ରଶଂସାକରି ପୂର୍ବରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ବ୍ରହ୍ମପୁରର ଗର୍ବ ଓ ଗୌରବ ବୋଲି କହି ଗଞ୍ଜାମ ଜିଲ୍ଲାର ଏକମାତ୍ର କୁନି ତାବଲା ବାଦକ ଭାବେ ସେ ଗଞ୍ଜାମ ଜିଲ୍ଲାର ପ୍ରତିଭାକୁ ସାରା ଦେଶ ସାମ୍ନାରେ ନିଜେ ତାବଲା ବାଦକ କରି ମନୋମହିଥିବାରୁ ତାଙ୍କୁ ପ୍ରଶଂସାପତ୍ର ଦେଇଥିବା ବେଳେ ରବିବାର ଦିନ ଓଡ଼ିଶା ବିଧାନସଭାର ବାଚସ୍ପତି ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁର ଗସ୍ତ ସମୟରେ ସ୍ଥାନୀୟ ସାର୍କିଟ ହାଉସ୍ଠାରେ ତାଙ୍କୁ ଡ଼ାକି ନିଜ ସରକାରୀ ପ୍ୟାଡ଼ରେ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କର ଏହି ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ଓ ଓଡ଼ିଶା ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ବ୍ରହ୍ମପୁର ସହରର ଆଉ ଏକ ସୁନା ପୁଅର ଆର୍ବିଭାବରେ ଆଜି ସହର ଗର୍ବିତ ବୋଲି ନିଜ ସେ କହିବା ସହ ପୂର୍ବରୁ ଖେଳ, ନୃତ୍ୟ, ସଙ୍ଗୀତରେ ରାଜ୍ୟ ବାହାରେ ଏହି ସହରର ନାମ ରହିଥିବା ବେଳେ ତାଙ୍କ ତବଲା ବାଦନକରି ଦେଶରେ ସୁନାମ ଆଣିଥିବାରୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କର ଏହି ଜୟଯାତ୍ରା ଜାରି ରହୁ ବୋଲି କହିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO