
କନ୍ଧମାଳ- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କନ୍ଧମାଳ ପିପୁଲ୍ସ ଫୋରମର ଲଗାତାର ପ୍ରଚେଷ୍ଟା ଓ ଆନ୍ଦୋଳନ ପରେ କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗର ଆଶା ସଫଳ ହେବାକୁ ଯାଉଛି । ଗତ ୪ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରଣାଳୟ ୨୦୨୦-୨୧ ରେ ଗୋପାଳପୁର ଠାରୁ ରେଢ଼ାଖୋଲ (ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ) ୨୪୦ କି.ମି. ରେଳ ଲାଇନ୍ ପାଇଁ ୨,୯୫୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଚଳିତ ବର୍ଷ ବଜେଟରେ ଏକମାତ୍ର ଗୋପାଳପୁର-ସମ୍ବଲପୁର ନୂତନ ରେଳ ଲାଇନକୁ ମଞ୍ଜୁରୀ ମିଳିଥିବା ବେଳେ କନ୍ଧମାଳ ପିପୁଲ୍ସ ଫୋରମର ଆବାହକ ସୁନିଲ ପଟ୍ଟନାୟକ, ସଭାପତି ରାଧାମୋହନ ମହାପାତ୍ର କନ୍ଧମାଳର ସମସ୍ତ ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।