କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଆଧାରରେ ତା୨୫.୩.୨୦୨୬ରିଖ, ବୁଧବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତା ତା୦୮.୦୪.୨୦୨୬ରିଖ ଦିନ ଠାରୁ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯର ପୁନରାରମ୍ଭ ହୋଇ ଅପ୍ରେଲ୍ ୧୧ ଯାଏଁ, ତା୧୩.୦୪.୨୦୨୬, ଏବଂ ତତ୍ ପଶ୍ଚାତ୍ ତା ୧୬.୦୪.୨୦୨୬ ରୁ ତା୧୮.୦୪.୨୦୨୬ରିଖ ଦିନ ପର୍ଯ୍ଯନ୍ତ ଚାଲୁ ରହିବ।
ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ ଏବଂ ଅଧିକୃତ ପାଳିଆ ସେବକ ମାନେ ଜଗମୋହନ ଓ ଗର୍ଭଗୃହ କୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ ତଥା କଡା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନ ମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ।
ପରବର୍ତ୍ତୀ ଗଣତି ଦିନଗୁଡିକ ଏହି ପର୍ଯ୍ଯାୟ ପରେ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି |
