ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଏସ୍. ରାମପୁର ଗ୍ରାମରେ ଦେଖାଦେଇଛି ଜଣ୍ଡିସ୍ ଆତଙ୍କ । ଗ୍ରାମର ୮ ଜଣ ଜଣ୍ଡିସ୍ ରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ୩ ଜଣ ଏସ୍. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି । ଏସ୍. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ଆକ୍ରାନ୍ତମାନଙ୍କ ଘରକୁ ଯାଇ ଚିକିତ୍ସା କରୁଛନ୍ତି । ସେମାନଙ୍କୁ ଜଣ୍ଡିସ୍ ବାବଦରେ ସଚେତନ କରୁଛନ୍ତି । ଦୂଷିତ ପାଣି ପିଇ ଏମାନେ ଜଣ୍ଡିସ୍ ରେ ଆକ୍ରନ୍ତ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ଗ୍ରାମରେ ଥିବା ପାଣି ଟାଙ୍କି ସଫା କରାଯାଉନଥିବାରୁ ଲୋକେ ଏହି ଟାଙ୍କିର ପାଣି ପିଇ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Related Stories
November 24, 2024
November 24, 2024