ଭୁବନେଶ୍ୱର – କର୍ଣାଟକର ଏକ ଇଟା ଭାଟିକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକ ଶନିବାର ବିଳମ୍ବିତ ରାତ୍ରୀରେ ଟ୍ରେନ ଯୋଗେ ଟିଟିଲାଗଡ ପହଂଚିଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଉଲ୍ଲେଖନୀୟ ଯେ ଏହି ଦାଦନ ଶ୍ରମିକମାନେ ଗତ ଦଶହରା ବେଳୁ ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ନିକଟସ୍ଥ ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ହେଲେ ଇଟାଭାଟି ମାଲିକଙ୍କ ଠାରୁ ସେମାନଙ୍କୁ ନିର୍ଯାତନାର ଶୀକାର ହେବାକୁ ପଡୁଥିଲା । ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଉ ନଥିଲା ଓ ସେମାନଙ୍କୁ ଅସ୍ୱାସ୍ଥକର ପରିବେଶରେ ରହିବାକୁ ପଡୁଥିଲା । ଏନେଇ କର୍ଣ୍ଣାଟକ ଶ୍ରମ ବିଭାଗ ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଜାଣିପାରି ଓଡ଼ିଶାର ଶ୍ରମ ବିଭାଗକୁ ଯୋଗାଯୋଗ କରିଥିଲେ। ଏହାପରେ ରାଜ୍ୟ ଶ୍ରମ ବିଭାଗ ଶ୍ରମିକମାନଙ୍କୁ ଉଦ୍ଧାର କରି ଏଠାକୁ ଫେରାଇ ଆଣିଛି।ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ନାବାଳକ ଅଛନ୍ତି।ବଲାଙ୍ଗିର ଶ୍ରମ ବିଭାଗର ଶ୍ରମ ନିରୀକ୍ଷକ ନିରଞ୍ଜନ ଭୁୟାଁ କହିଛନ୍ତି ଯେ ଏହି ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଯିବା ସହ ଥଇଥାନ କରିବାକୁ ଉଦ୍ୟମ କରାଯିବ ।
Related Stories
November 24, 2024
November 24, 2024