ଅମୃତସର- ଭାରତ- ପାକିସ୍ତାନ ସୀମାରେ ଚୋରା ଚାଲାଣ ରୋକିବା ପାଇଁ ଏକ କୁକୁର ସ୍କ୍ୱାର୍ଡକୁ ବ୍ୟବହାର କରା ଯିବ । ଏହି ସ୍କ୍ୱାର୍ଡର ନାମ କେ-୭ ରଖା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ସୀମା ଶୁଳ୍କ ବିଭାଗ ପକ୍ଷରୁ ଶନିବାନ ଦିନ ଅମୃତସର ଜିଲ୍ଲାର ଅଟାରୀ ଠାରେ ମାଦକ ଦ୍ରବ୍ୟକୁ ଧରିବା ପାଇଁ କୈନାଇନ ସ୍କ୍ୱାର୍ଡକୁ ପ୍ରଶିକ୍ଷିତ କରିବାକୁ ପାଇଁ ନିଜର ପ୍ରଥମ କେନ୍ଦ୍ର ଆରମ୍ଭ କରା ଯାଇଛି । ବର୍ତମାନ ଏହି କେନ୍ଦ୍ରରେ ୧୧ ଗୁପ୍ତଚର ଓ କୁକୁରଙ୍କୁ ତାଲିମ ଦିଆ ଯିବ । ଏମାନଙ୍କର ନାମ ହେଲା ନେକସି, ଜୈସୀ, କାଇଜର, ଖାଲିଗ, ଜାନୋ, ଜିକ୍କି, ଜମେର, ନେକ୍ସି, ନିମୟି ନିଲି , ଜୁଲି ଆଦି ।
ଏହି କେନ୍ଦ୍ରକୁ ଏକ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି । ଆଗାମୀ ଦିନ ପାଇଁ ୬ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି । ତାଲିମ ପରେ ଏହି କୁକୁର ମାନେ ମାଦକ ଦ୍ରବ୍ୟ ଖୋଜିବା ସହ ନ ଭୁକି ସୂଚନା ଦେବେ । ଏମାନଙ୍କର ତାଲିମ ୮ ମାସ ମଧ୍ୟରେ ପୂରା ହେବ ।