ଭୁବନେଶ୍ୱର– ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ବିଜୟ ପାଇଁ ଇଣ୍ଡିଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ କ୍ରିକେଟ ଦଳକୁ ଇଂଲଣ୍ଡ ବିରୁଦ୍ଧରେ ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ଜୋରଦାର ବିଜୟ ହାସଲ କରି ଯୋଗ୍ୟତାର ସହିତ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଥିବା ପାଇଁ ଅଭିନନ୍ଦନ। ସମଗ୍ର ଦେଶ ଟିମ୍ ଇଣ୍ଡିଆର ଉଲ୍ଲେଖନୀୟ ପ୍ରଦର୍ଶନ, ଦୃଢ ସଙ୍କଳ୍ପ ଓ ଦଳୀୟ ଏକତା ପ୍ରତି ଗର୍ବିତ ।
