ଭୁବନେଶ୍ୱର– ଏପ୍ରିଲ ୧ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ୍ ଇେଂଟନ୍ସିଭ୍ ରିଭିଜନ୍ ତଥା ଏସଆଇଆର ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ୨୦୨୫ ଭୋଟର ତାଲିକାକୁ ୨୦୦୨ ରୋଲ ସହିତ ମ୍ୟାପିଂ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ସନ୍ଥଗୋପାଳନ ସୂଚନା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୯୦% ଭୋଟରଙ୍କ ତଥ୍ୟ ମ୍ୟାପିଂ ହୋଇସାରରିଛି। ନାମ ଓ ପିତାଙ୍କ ନାମ ୨୦୦୨ ରୋଲ ସହିତ ମାପିଂ ସରିଛି। ଏପ୍ରିଲ ୧ ତାରିଖ ଭିତରେ ୮% ଲୋକଙ୍କ ମାଫିଙ୍ଗ କରାଯିବ। ବାକି ୨% ଲୋକଙ୍କ ତଥ୍ୟ ମିଳିନପାରେ। ବାକି ୧୦% ଭୋଟରଙ୍କ ମାପିଂ କରିବାକୁ କଷ୍ଟ ହେଉଛି। ୯୫% ଲୋକଙ୍କୁ ମାପିଂ କରିଦେଲେ ଏସଆଇଆର ପାଇଁ ସୁବିଧା ହେବ। ୨୦୨୫ ଲିଷ୍ଟ ରେ ଯଦି ନାମ ଅଛି ତେବେ ଆଧାରକାର୍ଡ଼ ଦେବା ଆବଶ୍ୟକ ନାହିଁ। ଓଡ଼ିଶାରେ ଏସଆଇଆରକୁ ନେଇ ୯୦% ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ । ଅରର୍ବାନ ଏରିଆରେ ମାପିଂ ପାଇଁ ସମସ୍ୟା ହେଉଛି। ଇସିଆଇନେଟଟ୍ ମୋବାଇଲ ଆପ୍ସ – କ୍ୟୁଆର କୋର୍ଡ ଆଧାରରେ ଭୋଟର ବିବରଣୀ ଖୋଜି ପାରିବେ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ସନ୍ଥଗୋପାଳନ।
