ଭୁୁବନେଶ୍ୱର – ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ।
ଆଗାମୀ ତିନି –ଚାରି ଦିନ ମଧ୍ୟଚେ ରାଜ୍ୟରେ ରାତ୍ରିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ମଧ୍ୟରେ ବଢିବ । ଉଭୟ ଦିନ ଓ ରାତ୍ରୀର ତାପମାତ୍ରା ବଢିବା କାରଣରୁ ଫେବୃଆରୀ ମାସରେ ଗ୍ରୀଷ୍ମର ଅନୁଭବ ହେବ । ଆଗାମୀ ଦିନ ମାନଙ୍କରେ ରାଜ୍ୟର ବିଭିନ୍ନ ଅଂଚଳରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ସର୍ବ ନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଯାଏ ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ।