ସମ୍ବଲପୁର, ଦ୍ରୃତଗତି ମହାବିପତ୍ତି ଭଳି ବହୁ ସଚେତନତା ଲୋକଙ୍କୁ କରାଯାଉଛି । ଘରକୁ ଘର, ରାସ୍ତା ଘାଟ ଠୁଁ ନେଇ ବିଭିନ୍ନ ରାଜପଥରେ ଯାତାୟାତ କରୁଥିବା ଯାନବାହନକୁ ଶୃଙ୍ଖଳିତ କରାଇବା ଓ ଦୁର୍ଘଟଣା ମୁକ୍ତ ପାଇଁ ସରକାର କୋଟିକୋଟି ଟଙ୍କା ବିଜ୍ଞାପନରେ ବ୍ୟୟ କରୁଥିଲେ ମଧ୍ୟ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁନଥିବା ଦେଖାଯାଉଛି । ଅଧିକାଂଶ ସମୟରେ ଟ୍ରକ୍ ଓ ବାଇକ୍ ଚାଳକଙ୍କ ବିରୋଧରେ ଦ୍ରୃତଗତି ଓ ଖାମଖିଆଲି ଗାଡ଼ି ଚାଳନାର ଅଭିଯୋଗ ଆସୁଥିବା ବେଳେ ବାସ୍ତବ ଚିତ୍ରରେ ଅନେକ ଚାରିଚକିଆ ଗାଡ଼ି ଚାଳକମାନେ ଅତି ଖାମଖିଆଲି ମନୋଭାବରେ ଗାଡ଼ି ଚଳାଉଥିବା ଦେଖାଯାଇଛି ।। ଆଜି ପୂର୍ବାହ୍ନରେ ବ୍ଯସ୍ତ ବହୁଳ ଅଇଁଠାପାଲି ଛକ ନିକଟ ରାସ୍ତାପାର୍ଶ୍ବରେ ଗୋଟିଏ ବସ୍ ଠିଆ ହୋଇଥିବା ବେଳେ ବସକୁ ଓଭରଟେକ୍ କରିବା ପାଇଁ ଓଡି ୧୫ ଜେ ୭୪୦୦ ନମ୍ବର ସୁଜୁକି କାର ମାତ୍ରାଧିକ ବେଗରେ ଅପଚେଷ୍ଟା କରୁଥିଲା । ଘଟଣାକ୍ରମରେ ସମ ଦିଗରେ ଏକ ଟ୍ରକ୍ ମଧ୍ଯ ଚିରାଚରିତ ନିୟମରେ ଯାଉଥିଲା । ମାତ୍ର ପରିଣତି ଏପରି ହୋଇଥିଲା ଯେ କାରର ପଛ ପାର୍ଶ୍ୱ ସାମାନ୍ୟ ନଷ୍ଟ ହୋଇଥିବା ବେଳେ ଗୋଟିଏ ବଡ଼ ଧରଣର ଦୁର୍ଘଟଣାକୁ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭର ଏଡ଼ାଇ ଦେଇଥିଲେ ।
