
ବାଲିପଡ଼ା:-ଏମିତି ଏକ ପ୍ରଶାସନିକ ଅଧିକାରୀ ପାଇଛି କୁକୁଡାଖଣ୍ଡି ପଞ୍ଚାୟତ ସମିତି ଯେଉଁଠି ଲୋକଙ୍କୁ ମିଳିଛି ଜଣେ ଦାୟିତ୍ୱବାନ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ I ଯିଏକି ଏକା ସାଙ୍ଗରେ ଜଣେ କବି ଏବଂ ଗରିବର ସାଥି I ଆମେ କହୁଚୁ ଓଏଏସ ଶ୍ରୀ ଗଦାଧର ପାତ୍ରଙ୍କ କଥା I ବିଭିନ୍ନ ସଭାସମିତିରେ ଏକ ନିଆରା ଅନ୍ଦାଜରେ ତାଙ୍କୁ ଦେଖିବାକୁ ପାଆନ୍ତି ଉପସ୍ଥିତ ଜନତା I କବିତା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ହେଉଥିବା କାର୍ଯ୍ୟକ୍ରମ ମାନଙ୍କରେ ପିଲାଙ୍କୁ ଭଲ ପାଠ ପଢି ମଣିଷ ଭଳି ମଣିଷ ଟିଏ ହେବାକୁ ବୁଝନ୍ତି ତ କେତେବେଳେ ହାତରେ ଝାଡୁ ଧରି ନିଜ କୁନି ଝିଅ ସହ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳେ I ଗରିବ ଲୋକ ଆବାସ ଖଣ୍ଡିଏ ପାଇବା ପାଇଁ ହେଉ ଅବା ବୃଦ୍ଧ/ବୃଦ୍ଧା ଭତା ପାଇବା ପାଇଁ ଯଦି ତାଙ୍କ ନିକଟରେ ଗୁହାରି କରିବାକୁ ଆସନ୍ତି ତାହାଲେ କେହି ବି ଖାଲି ହାତରେ ଫେରି ନାହାନ୍ତି ବୋଲି ଲୋକେ କୁହନ୍ତି I ବ୍ଲକ ଅଧକ୍ଷଙ୍କ ସାଙ୍ଗକୁ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଟ ଯନ୍ତ୍ରୀ ମାନଙ୍କ ସାଙ୍ଗରେ ସମନ୍ଵୟ ରକ୍ଷା କରି କରିଚାଲି ଛନ୍ତି ଢେର ଉର୍ଣ୍ଣୟନ ମୂଳକ କାର୍ଯ୍ୟ I ଯାହାକି ତାଙ୍କୁ ଦେଇଛି ଲୋକଙ୍କ ଭଲପାଇବା I କେବଳ ଏତିକି ନୁହଁ ବର୍ତ୍ତମାନ ସେ କୁକୁଡାଖଣ୍ଡି ତହସିଲଦାର ଦାୟିତ୍ୱ ମଧ୍ୟ ତୁଳାଉଛନ୍ତି I ଏବଂ ଉଭୟ ଦାୟିତ୍ୱକୁ ସେ ବେଶ ଚତୁରତାର ସହ ନିର୍ବାହ କରୁଛନ୍ତି I ପଥର ଚୋରାଚାଲାଣ କାରୀଙ୍କୁ କେତେବେଳେ ଜରିମାନା ଆଦାୟ କରି ସାବାଡ କରୁଛନ୍ତି ତ କେତେବେଳେ ଦୁଃଖି ରଙ୍କିଙ୍କ ଦରଦୀ ବନ୍ଧୁ ସାଜି ସୁଖ ଦୁଃଖ ବୁଝୁଛନ୍ତି I ଦୁଇ ଦିନ ତଳେ ଶ୍ରୀ ପାତ୍ର ସରକାରୀ ଗାଡ଼ିରେ ନିଜ କୁନି ଝିଅକୁ ନେଇ ପହଞ୍ଚିଥିଲେ ଅଙ୍କୁଶପୁର ପଞ୍ଚାୟତ ମାସିହାଖାଲି ଗ୍ରାମରେ ପ୍ରଶାସନିକ ଅଧିକାରୀଙ୍କ ସାଦାସିଧା ପୋଷାକ ସାଙ୍ଗକୁ ହାତରେ ଗ୍ଲୋବସ ଏବଂ ଝାଡୁ ଏହିପରି ଏକ ନିଆରା ଅନ୍ଦାଜ ଦେଖି ଗ୍ରାମର ଯୁବ ପିଢିଙ୍କ ଠାରୁ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସମସ୍ତେ ହାତରେ ହାତ ମିଶାଇ ଆରମ୍ଭ କରିଥିଲେ ଗ୍ରାମ ସଫେଇ କେବେଳ ଲୋକଦେଖାଣିଆ ନୁହଁ ଗ୍ରାମର ଅତି ପରୀତକ୍ତ ସ୍ଥାନ ଗୁଡିକରୁ ଆବର୍ଜନା ବାହାର କରି ବେଶ ପ୍ରଶଂସୀତ ହୋଇଥିଲେ I ପୂର୍ବରୁ କୁକୁଡାଖଣ୍ଡିର ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦାୟିତ୍ୱ ତୁଳାଇ ସାରିଥିବା ଓଏଏସ ଶମ୍ବୁ ନାଥ ନନ୍ଦୀଙ୍କ ପରେ ଶ୍ରୀ ପାତ୍ର ଏହି ଜନହିତକର କାର୍ଯ୍ୟକୁ ସବୁ କ୍ଷେତ୍ରରେ ପ୍ରଂଶସା ମିଳିଛି I. ରିପୋର୍ଟ = ପ୍ରଫୁଲ ସାବତ