ସମ୍ବଲପୁର, ସମ୍ବଲପୁରର ପୂର୍ବତନ ବିଧାୟିକା ସମାଜସେବୀ ତଥା ଦେଶର ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଯାଇ ଥିବା ବେଳେ ଆଜି ତାଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ଯ ସ୍ଥାନୀୟ ରାଜଘାଟରେ ସମ୍ପନ୍ନ ହୋଇଛି। ଆର୍ଯ୍ୟ ସମାଜ ପଦ୍ଧତିରେ ଏହି କର୍ମ ହୋଇଥିଲା। ଶୋକାକୂଳ ପରିବେଶ ମଧ୍ୟରେ ପୁତୁରା ସ୍ବରୂପ କୁମାର ପାଣିଗ୍ରାହୀ ଓ ଦେବାଶିଷ ମିଶ୍ର ମୁଖାଗ୍ନି ଦେଇଥିଲେ। ହିନ୍ଦୁ ଧର୍ମ ସହିତ ବିଭିନ୍ନ ଧର୍ମର ଗୁରୁ ମାନେ ଡ଼ା. ପାଣିଗ୍ରାହୀ ଙ୍କ ଅମର ଆତ୍ମା ର ଶାନ୍ତି ଓ ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ଶାନ୍ତିନଗର ବାସଭବନରୁ ଏକ ବିଶାଳ ପଟୁଆରରେ ରାଜଘାଟକୁ ଅଣାଯିବା ସମୟରେ ଫାଟକ ଓଭର ବ୍ରିଜ, ଜି ଏମ କଲେଜ କଲେଜ ଛକ, ସଦର ଡାକ୍ତର ଖାନା , ମୁଦିପଡ଼ା ଛକ, ସାନ ସଡ଼କ, ବଡ଼ ସଡ଼କ, ବାଳିବନ୍ଧା, କମଲି ବଜାର, ବଡ଼ ବଜାର ରାସ୍ତାରେ ବହୁ ସଂଖ୍ୟାରେ ପୁରୁଷ ମହିଳା ଶେଷ ଦର୍ଶନ କରିଥିଲେ। ଲୋକେ ଘର ଉପରେ ରହି ଓ ଛକ ଗୁଡିକରେ ଫୁଲ ବର୍ଷା କରିଥିଲେ। ପୂର୍ବତନ ମନ୍ତ୍ରୀ ରୋହିତ ପୁଝାରୀଏବଂ ପୂର୍ବତନ ମନ୍ତ୍ରୀ ରିତା ସାହୁ , ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, କଂଗ୍ରେସ ନେତା ଜୟ ଶଙ୍କର ମିଶ୍ର, ଭାଇ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ପୁତୁରା ଓ ନାତି ମାନେ ଉପସ୍ଥିତ ଥିଲେ। ଏହା ସହ ସଞ୍ଜୟ ବାବୁ, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ ହୋତା, ଅର୍ଜୁନ ରଞ୍ଜନ ପଣ୍ଡା, ଉଦ୍ଧବ ମହାପାତ୍ର, ହେମନ୍ତ ମହାପାତ୍ର, ଡ଼.ପ୍ରମୋଦ ରଥ, ଡା. କବୀର୍ ଦାସ ପୁରୋହିତ, ଡା. ଗୁଣ ସାଗର ଦାଶ, ଡା. ରମା ବଲ୍ଲଭ ମିଶ୍ର, ଡା. ପ୍ରଭାସ ଚନ୍ଦ୍ର ଦେବତା, ପ୍ରୀତିଶ ରଞ୍ଜନ ଦାଶ,ସୁମନ୍ତ୍ର ପଣ୍ଡା, ପ୍ର. ବିଶ୍ୱଜିତ ସତପଥି, ଡା. ମନୋଜ ପାଣିଗ୍ରାହୀ, ଡା. ସଞ୍ଜୀବ ମିଶ୍ର, ଡ. ପରେଶ ଦାନି, ଡ଼ା. ପ୍ରଶାନ୍ତ ମିଶ୍ର, ପ୍ର. ଶଙ୍କର ପ୍ରସାଦ ପତି, ଶିବ ଶଙ୍କର ନନ୍ଦ, ପ୍ରିୟ ରଞ୍ଜନ ସାହୁ, ଏସ ଶିବ ପ୍ରସାଦ, ଜୟ ପ୍ରକାଶ ତ୍ରିପାଠୀ,ସରୋଜ ଆଚାର୍ଯ୍ୟ,ପରାଗ ଅଗ୍ରୱାଲ, ମାଧବ ଡାଲମିଆ, ଡା. ପୁରୁଷୋତ୍ତମ ଅଗ୍ରୱାଲ, ବନ୍ଦିତା ମିଶ୍ର, ଶତ୍ରୁଘ୍ନ ଲାଲ ସାହା ପ୍ରମୁଖ ଉପସ୍ଥିତ ଥିଲେ। ଆଇ ଏମ୍ ଏ , ଭାରତ ବିକାଶ ପରିଷଦ,ଭିମାସାର, ଓଡ଼ିଶା ସାଂସ୍କୃତିକ ସମାଜ, ଉତ୍ସର୍ଗ, ସମ୍ବଲପୁର ପବ୍ଲିକ ଲାଇବ୍ରେରୀ, ଏସ ଡ଼ି ସି ଡ଼ି ଏ, ମାରୱାଡି ଯୁବା ମଞ୍ଚ,ସମ୍ବଳ, ହୀରାଖଣ୍ଡ ନାଗରିକ ପରିଷଦ, ଜ୍ୟୋତି ଭଳି ଅନୁଷ୍ଠାନ ସଦସ୍ୟ ମାନେ ସାମିଲ ଥିଲେ। ଏପରିକି ବହୁ ଶିକ୍ଷାନୁଷ୍ଠାନ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଅନ୍ୟ ପକ୍ଷରେ ଗତକାଲି ଡା. ପାଣିଗ୍ରାହୀ ଶେଷ ଇଛା ଅନୁଯାୟୀ ଚକ୍ଷୁ ବିଶେଷଜ୍ଞ ଟିମ ଚକ୍ଷୁର ସ୍ୱଚ୍ଛ ପଟଳ ସଂଗ୍ରହ କରିଥିଲେ।
