
ବେଲଗୁଣ୍ଠା-ବେଲଗୁଣ୍ଠା ସହରର ଜଣାଶୁଣା ଯୁବନେତା,ପୁର୍ବତନ ନଗର କଂଗ୍ରେସ ସଭାପତି ତଥା ବିଶିଷ୍ଟ ସୁନା ବ୍ୟବସାୟୀ ଡି ନମଃଶିବାୟ ବିନ୍ଧାଣିରାଙ୍କ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ବର୍ଷ ହୋଇଥିଲା ।ସେ କିଛିଦିନ ଧରି ଅସୁସ୍ଥ ଥିଲେ ।କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଜଣେ ୧୨ ବର୍ଷର ପୁଅ ଓ ୭ ବର୍ଷରେ ଝିଅ ଅଛନ୍ତି ।ସେ ଜଣେ ମିଷ୍ଠଭାଷୀ,ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କର ଅକାଳ ବିୟୋଗରେ ବେଲଗୁଣ୍ଠା ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି ।ଆଜି ସକାଳେ ବେଲଗୁଣ୍ଠା ସହରରେ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କ ମରଶରୀରକୁ ବେଲଗୁଣ୍ଠା ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ ।
ଫଟୋ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO